Advertisment

ବିବାହ ଋତୁ ପୂର୍ବରୁ ବଢ଼ିଲା ସୁନା ଦର

ନୂଆଦିଲ୍ଲୀ: କିଛିଦିନ ଧରି ଲଗାତାର ଭାବରେ ସୁନା, ରୂପା ଦରରେ ହ୍ରାସ ଘଟିଥିବା ବେଳେ ପୁଣିଥରେ ଏଥିରେ ବୃଦ୍ଧି ଘଟିଛି। ବିବାହ ଋତୁ ଆରମ୍ଭ ହେବା ପୂର୍ବରୁ ସୁନା ଓ ରୂପା ଦର ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ଦିଲ୍ଲୀର ସର୍ରାଫା ବଜାରରେ ଗତକାଲି ସୁନା ଦର ପ୍ରତି ୧୦ ଗ୍ରାମକୁ ୮୮୧ ଟଙ୍କା ବୃଦ୍ଧି ଘଟିଥିବା ବେଳେ ରୂପା ଦର ପ୍ରତି କିଲୋକୁ ୮୧୦ ବୃଦ୍ଧି ପାଇଥିଲା। ଆଜି ମଧ୍ୟ ସୁନା ଓ ରୂପା ଦରରେ […]

ବିବାହ ଋତୁ ପୂର୍ବରୁ ବଢ଼ିଲା ସୁନା ଦର

gold

Advertisment

ନୂଆଦିଲ୍ଲୀ: କିଛିଦିନ ଧରି ଲଗାତାର ଭାବରେ ସୁନା, ରୂପା ଦରରେ ହ୍ରାସ ଘଟିଥିବା ବେଳେ ପୁଣିଥରେ ଏଥିରେ ବୃଦ୍ଧି ଘଟିଛି। ବିବାହ ଋତୁ ଆରମ୍ଭ ହେବା ପୂର୍ବରୁ ସୁନା ଓ ରୂପା ଦର ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି।

Advertisment

ଦିଲ୍ଲୀର ସର୍ରାଫା ବଜାରରେ ଗତକାଲି ସୁନା ଦର ପ୍ରତି ୧୦ ଗ୍ରାମକୁ ୮୮୧ ଟଙ୍କା ବୃଦ୍ଧି ଘଟିଥିବା ବେଳେ ରୂପା ଦର ପ୍ରତି କିଲୋକୁ ୮୧୦ ବୃଦ୍ଧି ପାଇଥିଲା। ଆଜି ମଧ୍ୟ ସୁନା ଓ ରୂପା ଦରରେ ବୃଦ୍ଧି ଘଟିଛି। ଆଜି ରୂପା ଦର ପ୍ରତି କିଲୋକୁ ୧,୪୦୦ ଟଙ୍କା ବୃଦ୍ଧି ଘଟି ୬୫ ହଜାର ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍‌ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୪,୩୮୦ ଟଙ୍କା ରହିଛି।

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୪,୩୮୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୫,୦୦୦ ଟଙ୍କା ରହିଛି। ଗତକାଲି ରୂପା ପ୍ରତି କିଲୋକୁ ୬୫,୦୦୦ ଟଙ୍କା ଥିଲା।

Advertisment

ଏକ୍ସପର୍ଟଙ୍କ କହିବା ଅନୁସାରେ, ୨୦୨୧ରେ ସୁନା ଦର ୬୩ ହଜାର ଟଙ୍କା ଅତିକ୍ରମ କରିପାରେ।  ସେହିପରି ରୂପା ୭୨,୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି।

Gold Price In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ