Advertisment

ଦୀପାବଳି ସୁଦ୍ଧା ରେକର୍ଡ ଭାଙ୍ଗିପାରେ ସୁନା ଦର

ନୂଆଦିଲ୍ଲୀ: ବିଗତ କିଛି ମାସ ଧରି ସୁନା ଓ ରୂପା ଦର ହ୍ରାସ ପାଇଥିବା ବେଳେ ଆଜି ଏହି ଦର ଆହୁରି କମିଛି। ଟ୍ରେଡିଂ ଆରମ୍ଭରୁ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଥିଲା। ଆଜି ସକାଳ ପାଖାପାଖି ୯ଟା ୪୦ରେ ସୁନା ଦର Multi Commodity Exchange(MCX)ରେ ୨୩୬ଟଙ୍କା ହ୍ରାସ ସହ ପ୍ରତି ୧୦ ଗ୍ରାମକୁ ୫୧,୭୮୦ଟଙ୍କାରେ କାରବାର ଚାଲିଥିଲା। ଖାଲି ସୁନା ନୁହେଁ, ରୂପା ଦରରେ ମଧ୍ୟ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି। ରୂପା ଦର ୮୬୦ଟଙ୍କା […]

ଅଦ୍ୟତନ ହୋଇଛି
ଦୀପାବଳି ସୁଦ୍ଧା ରେକର୍ଡ ଭାଙ୍ଗିପାରେ ସୁନା ଦର

gold

Advertisment

ନୂଆଦିଲ୍ଲୀ: ବିଗତ କିଛି ମାସ ଧରି ସୁନା ଓ ରୂପା ଦର ହ୍ରାସ ପାଇଥିବା ବେଳେ ଆଜି ଏହି ଦର ଆହୁରି କମିଛି। ଟ୍ରେଡିଂ ଆରମ୍ଭରୁ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଥିଲା। ଆଜି ସକାଳ ପାଖାପାଖି ୯ଟା ୪୦ରେ ସୁନା ଦର Multi Commodity Exchange(MCX)ରେ ୨୩୬ଟଙ୍କା ହ୍ରାସ ସହ ପ୍ରତି ୧୦ ଗ୍ରାମକୁ ୫୧,୭୮୦ଟଙ୍କାରେ କାରବାର ଚାଲିଥିଲା। ଖାଲି ସୁନା ନୁହେଁ, ରୂପା ଦରରେ ମଧ୍ୟ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି। ରୂପା ଦର ୮୬୦ଟଙ୍କା ହ୍ରାସ ସହ ପ୍ରତି କି.ଗ୍ରା.କୁ ୬୬,୨୦୭ଟଙ୍କାରେ କାରବାର ଚାଲିଥିଲା।

Advertisment

ZEENewsର ଏକ ରିପୋର୍ଟ ଅନୁସାରେ ଏକ୍ସପର୍ଟମାନେ ଅନୁମାନ କରିଛନ୍ତି ଯେ, ଦୀପାବଳି ସୁଦ୍ଧା ସୁନା ଦର ନୂଆ ରେକର୍ଡ ସୃଷ୍ଟି କରିପାରେ। JP Morganର ଏକ ରିପୋର୍ଟ ଅନୁସାରେ, ଅର୍ଥବ୍ୟବସ୍ଥା, ମହାମାରୀ କରୋନା, ରାଜନୀତିକ ସ୍ଥିତିକୁ ଦେଖି ଦୀପାବଳି ସୁଦ୍ଧା ସୁନା ଦର ୭୦ ହଜାର ଟଙ୍କାରେ ପହଞ୍ଚିବାର ସମ୍ଭାବନା ରହିଛି। କରୋନା ଭ୍ୟାକ୍‌ସିନ୍‌ ବଜାରକୁ ଆସିଲେ ମଧ୍ୟ ଗ୍ଲୋବାଲ୍‌ ଇକୋନମିରେ ସୁଧାର ଆସିବାକୁ ସମୟ ଲାଗିପାରେ। ସେତେବେଳେ ଯାଏ ସୁନା ଦରରେ ବୃଦ୍ଧି ଘଟିପାରେ ବୋଲି ଏକ୍ସପର୍ଟମାନେ ଅନୁମାନ କରିଛନ୍ତି। ‌

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୧ ହଜାର ୯୭୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୭ହଜାର ୧୨୦ଟଙ୍କା ରହିଛି।

Advertisment
Gold Price In India Business News Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ