Advertisment

ପୁଣି ଚମକିଲା ସୁନା, ବଢ଼ିଲା ଦାମ୍‌

ନୂଆଦିଲ୍ଲୀ: କାରବାର ଆରମ୍ଭରୁ ଆଜି ମଧ୍ୟ ସୁନା, ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଦିନ ସାଢ଼େ ୧୧ଟାରେ Multi Commodity Exchange(MCX)ରେ ସୁନା ଦର ୪୨୦ ଟଙ୍କା ବୃଦ୍ଧି ସହ ପ୍ରତି ୧୦ ଗ୍ରାମକୁ ୪୫,୨୬୦ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ୧,୦୦୫ ଟଙ୍କା ବୃଦ୍ଧି ସହ ପ୍ରତି କିଲୋକୁ ୬୮,୨୩୨ ଟଙ୍କାରେ କାରବାର ଚାଲିଥିଲା। ଗତକାଲି ମଧ୍ୟ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ଗତକାଲି ଡଲାର ତୁଳନାରେ ଟଙ୍କା ମୂଲ୍ୟରେ […]

ପୁଣି ଚମକିଲା ସୁନା, ବଢ଼ିଲା ଦାମ୍‌

gold

Advertisment

ନୂଆଦିଲ୍ଲୀ: କାରବାର ଆରମ୍ଭରୁ ଆଜି ମଧ୍ୟ ସୁନା, ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଦିନ ସାଢ଼େ ୧୧ଟାରେ Multi Commodity Exchange(MCX)ରେ ସୁନା ଦର ୪୨୦ ଟଙ୍କା ବୃଦ୍ଧି ସହ ପ୍ରତି ୧୦ ଗ୍ରାମକୁ ୪୫,୨୬୦ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ୧,୦୦୫ ଟଙ୍କା ବୃଦ୍ଧି ସହ ପ୍ରତି କିଲୋକୁ ୬୮,୨୩୨ ଟଙ୍କାରେ କାରବାର ଚାଲିଥିଲା।

Advertisment

ଗତକାଲି ମଧ୍ୟ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ଗତକାଲି ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସ ଓ ଅନ୍ତର୍ଜାତୀୟ ବଜାରରେ ବହୁ ମୂଲ୍ୟ ଧାତୁର ଚାହିଦା ଯୋଗୁ ଦିଲ୍ଲୀ ସର୍ରାଫା ବଜାରରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୪,୫୧୯ ଟଙ୍କା ଓ ରୂପା ଦର ପ୍ରତି କିଲୋକୁ ୬୬,୫୩୬ ଟଙ୍କାରେ ପହଞ୍ଚି ଥିଲା।

ଏକ୍ସପର୍ଟଙ୍କ କହିବା ଅନୁସାରେ, ସୁନା ଦରରେ ଆହୁରି ବୃଦ୍ଧି ଘଟିପାରେ। ବିବାହ ଋତୁରେ ସୁନା ଓ ରୂପାର ଚାହିଦା ଅଧିକ ଦେଖିବାକୁ ମିଳିଥାଏ। ଏହି ସମୟରେ ଯଦି ସୁନାରେ ଟଙ୍କା ନିବେଶ କରିବେ ତା’ହେଲେ ଆପଣଙ୍କୁ ଫାଇଦା ମିଳିପାରେ। ଚଳିତ ବର୍ଷ ସୁନା ଦର ୬୩,୦୦୦ ଟଙ୍କାରୁ ଅଧିକ ଟଙ୍କାରେ ପହଞ୍ଚିବ ବୋଲି ଅନୁମାନ କରଯାଉଛି। ତ

Advertisment

ସୋମବାର MCXରେ ପ୍ରତି ୧୦ ଗ୍ରାମକୁ ସୁନା ଦର ୪୪,୨୧୮ ଟଙ୍କା, ମଙ୍ଗଳବାର ୪୪,୮୫୭ ଟଙ୍କା, ବୁଧବାର ୪୪,୭୯୨ ଟଙ୍କା ଥିଲା। ଆଜି ସୁନା ଦର ପ୍ରତି ୧୦ ଗ୍ରାମକୁ ୪୫,୨୫୫ ଟଙ୍କା ରହିଛି।

Gold Price In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ