Advertisment

ସ୍ମାର୍ଟ ଛେଳିର ସ୍ମାର୍ଟ ବୁଦ୍ଧିକୁ ଦେଖନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଖୁବ୍ ଜୋରେ ଭାଇରାଲ ହେବାରେ ଲାଗିଛି। ଏଥର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଛେଳିର ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ କହିବେ ଯେ ଏହି ଛେଳିଟି ବହୁତ ସ୍ମାର୍ଟ। ଆପଣମାନେ ନିଶ୍ଚୟ ଦେଖିଥିବେ ଯେ ଛେଳି ଗଛ ପାଖରେ ଡେଇଁ ଡେଇଁ ପତ୍ର ଖାଇବାର। କିନ୍ତୁ ଏହି ଛେଳିଟି କଠିନ ପରିଶ୍ରମ କରିବା ପରିବର୍ତ୍ତେ ଅନ୍ୟର ସାହାଯ୍ୟ ନେଉଛି। ଛେଳଟି ମଇଁଷି […]

ସ୍ମାର୍ଟ ଛେଳିର ସ୍ମାର୍ଟ ବୁଦ୍ଧିକୁ ଦେଖନ୍ତୁ

goat

Advertisment

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଖୁବ୍ ଜୋରେ ଭାଇରାଲ ହେବାରେ ଲାଗିଛି। ଏଥର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଛେଳିର ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ କହିବେ ଯେ ଏହି ଛେଳିଟି ବହୁତ ସ୍ମାର୍ଟ। ଆପଣମାନେ ନିଶ୍ଚୟ ଦେଖିଥିବେ ଯେ ଛେଳି ଗଛ ପାଖରେ ଡେଇଁ ଡେଇଁ ପତ୍ର ଖାଇବାର। କିନ୍ତୁ ଏହି ଛେଳିଟି କଠିନ ପରିଶ୍ରମ କରିବା ପରିବର୍ତ୍ତେ ଅନ୍ୟର ସାହାଯ୍ୟ ନେଉଛି। ଛେଳଟି ମଇଁଷି ଉପରେ ଚଢ଼ିଯାଇ ଛିଡା ହୋଇ ପତ୍ର ଖାଇବାକୁ ଆରମ୍ଭ କରୁଛି।

Advertisment

ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ଗଛ ମୂଳରେ ମଇଁଷିଟି ବନ୍ଧା ହୋଇଛି। ତା’ ପାଖରେ ଗୋଟେ ଛେଳିକୁ ବନ୍ଧା ଯାଇଛି। ଅନ୍ୟ ଏକ ଛେଳିଟି ମଇଁଷି ପାଖରେ ଛିଡା ହୋଇଛି। ଛିଡ଼ା ହୋଇଥିବା ଛେଳିଟି ଗଛର ପତ୍ର ଖାଇବାକୁ ଚେଷ୍ଟା କରୁଥିଲା, କିନ୍ତୁ ଗଛଟି ଉଚ୍ଚ ହେଇଥିବାରୁ ଛେଳଟି ପତ୍ର ଖାଇ ପାରିଲା ନାହିଁ। ପରେ ସ୍ମାର୍ଟ ଛେଳି ମୁଣ୍ଡକୁ ଏକ ବୁଦ୍ଧି ଆସିଲା। ସେ ମଇଁଷି ଉପରକୁ ଚଢ଼ିଯାଇ ପତ୍ର ଖାଇବାକୁ ଆରମ୍ଭ କରିଥିଲା।

Advertisment

ଏହି ଭିଡିଓକୁ ବନ ଅଧିକାରୀ ସୁଧା ରମଣ ନିଜ ଟ୍ୱିଟ୍‌ରେ ଶେୟାର କରିଥିଲେ। ସେ କ୍ୟାପସନରେ ଲେଖିଛନ୍ତି,‘ଦେଖନ୍ତୁ ଛେଳି କେତେ ସ୍ମାର୍ଟ’। ସେ ଏହି ଭିଡିଓକୁ ଜୁନ୍ ୨୫ରେ ସେୟାର କରିଥିଲେ। ଭିଡିଓରେ ଏପର୍ଯ୍ୟନ୍ତ ୧୨ହଜାରରୁ ଅଧିକ ଭ୍ୟୁଜ୍‌ ମିଳିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ