pramod4
ନୂଆଦିଲ୍ଲୀ: ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରମୋଦ ସାୱନ୍ତ। ଗତକାଲି ବିଳମ୍ବିତ ରାତିରେ ଗୋଆ ରାଜ୍ୟପାଳ ମୃଦୁଳା ସିହ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି। ଏଥିପାଇଁ ଗୋଆ ରାଜଭବନରେ ବିଶେଷ ଆୟୋଜନ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ୧୨ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇଛନ୍ତି। ମନ୍ତ୍ରିମଣ୍ଡଳରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି। ୪୫ ବର୍ଷୀୟ ପ୍ରମୋଦ ସାୱନ୍ତ ଗୋଆ ବିଧାନସଭାର ବାଚସ୍ପତି ଥିଲେ।
/odishatv-khabar/media/post_attachments/wp-content/uploads/2019/03/dddddd.jpg)
ତେବେ ଶପଥ ଗ୍ରହଣ ପରେ ସାୱନ୍ତ କହିଛନ୍ତି, ‘‘ପାରିକରଙ୍କ ନେତୃତ୍ୱରେ ନିଆଯାଇଥିବା ପଦକ୍ଷେପକୁ ପୂରା କରିବା ତାଙ୍କର ପ୍ରାଥମିକତା ହେବ।’’ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ମୃତ୍ୟୁ ପରେ ଏହି ପଦ ଖାଲି ପଡିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pramod4_1626338853.jpg)