Advertisment

କାର୍ଯ୍ୟଭାର ଗ୍ରହଣ କଲେ ଗୋଆର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କାର୍ଯ୍ୟଭାର ଗ୍ରହଣ କଲେ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ଶପଥ ଗ୍ରହଣ କରିଥିଲେ। ରାତି ୨ଟାରେ ଗୋଆ ରାଜ୍ୟପାଳ ମୃଦୁଳା ସିହ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏଥିପାଇଁ ଗୋଆ ରାଜଭବନରେ ବିଶେଷ ଆୟୋଜନ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ୧୨ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇଛନ୍ତି। ମନ୍ତ୍ରିମଣ୍ଡଳରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି। ୪୫ ବର୍ଷୀୟ ପ୍ରମୋଦ ସାୱନ୍ତ ଗୋଆ ବିଧାନସଭାର ବାଚସ୍ପତି ଥିଲେ। […]

କାର୍ଯ୍ୟଭାର ଗ୍ରହଣ କଲେ ଗୋଆର ନୂଆ ମୁଖ୍ୟମନ୍ତ୍ରୀ

pramod

Advertisment

ନୂଆଦିଲ୍ଲୀ: କାର୍ଯ୍ୟଭାର ଗ୍ରହଣ କଲେ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ଶପଥ ଗ୍ରହଣ କରିଥିଲେ। ରାତି ୨ଟାରେ ଗୋଆ ରାଜ୍ୟପାଳ ମୃଦୁଳା ସିହ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏଥିପାଇଁ ଗୋଆ ରାଜଭବନରେ ବିଶେଷ ଆୟୋଜନ ହୋଇଥିଲା।

Advertisment

ମୁଖ୍ୟମନ୍ତ୍ରୀଙ୍କ ସହ ୧୨ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇଛନ୍ତି। ମନ୍ତ୍ରିମଣ୍ଡଳରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି। ୪୫ ବର୍ଷୀୟ ପ୍ରମୋଦ ସାୱନ୍ତ ଗୋଆ ବିଧାନସଭାର ବାଚସ୍ପତି ଥିଲେ।

ତେବେ ଶପଥ ଗ୍ରହଣ ପରେ ସାୱନ୍ତ କହିଛନ୍ତି, ପାରିକରଙ୍କ ନେତୃତ୍ୱରେ ନିଆଯାଇଥିବା ପଦକ୍ଷେପକୁ ପୂରା କରିବା ତାଙ୍କର ପ୍ରାଥମିକତା ହେବ। ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ମୃତ୍ୟୁ ପରେ ଏହି ପଦ ଖାଲି ପଡ଼ିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ