Narendra Modi
ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଚିନ୍ତା । ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । ଲକ୍ଡାଉନ୍ ସଟ୍ଡାଉନ୍ ଭିତରେ ଅନେକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ଚାଷୀଙ୍କ ଅବସ୍ଥା ମଧ୍ୟ ଶୋଚନୀୟ ହୋଇଛି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଭେଟି ପ୍ରଦାନ କରାଯାଇଛି । ଏଣିକି ଧାନର ସର୍ବନିମ୍ନ ମୂଲ୍ୟ ୧୮୬୮ ନୁହେଁ ବରଂ ୧୯୪୦ ଟଙ୍କା ବୋଲି ସରକାର ନିଷ୍ପତି ନେଇଛନ୍ତି ।
ତେବେ କେବଳ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନୁହେଁ ବିଭିନ୍ନ ଖାଦ୍ୟଶସ୍ୟର ମଧ୍ୟ ମୂଲ୍ୟବୃଦ୍ଧି କରାଯାଇଛି । ଏନେଇ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଂଜୁରୀ ମିଳିଛି । ଧାନ କ୍ୱିଣ୍ଟାଲ ପିଛା MSP ୧୯୪୦ ଟଙ୍କାକୁ ବୃଦ୍ଧି ନେଇ ନିଷ୍ପତ୍ତି ଏହି କ୍ୟାବିନେଟ୍ରେ ହିଁ ନିଷ୍ପତି ହୋଇଛି । ୨୦୨୦-୨୧ରେ ଏହା ୧୮୬୮ ଟଙ୍କା ଥିଲା କିନ୍ତୁ ୨୦୨୧-୨୨ରେ ୧୯୪୦ ଟଙ୍କାଳକୁ ବୃଦ୍ଧି ପାଇଛି ।
/odishatv-khabar/media/post_attachments/wp-content/uploads/2019/09/narendra-singh.jpg)
କ୍ୟାବିନେଟ୍ର ଏଭଳି ନିଷ୍ପତ୍ତି ନେଇ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଛନ୍ତି । ବାଜରା, ହରଡ଼, ରାଶି, ବିରିର ବି ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଥିବା ମନ୍ତ୍ରୀ କହିଛନ୍ତି । ରାଶି କ୍ୱିଣ୍ଟାଲ ପିଛା ୪୫୨ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ବିରି ଓ ହରଡ଼ କ୍ୱିଣ୍ଟାଲ ପିଛା ୩ ଶହ ଟଙ୍କାକୁ ବୃଦ୍ଧି ପାଇଛି ।
ତେବେ ଏଭଳି ଖବର ସାମ୍ନାକୁ ଆସିବା ପରେ ଚାଷୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଚାଷୀ ସବୁବେଳେ ନିଜ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛି । ତେଣୁ ସରକାରୀ ସେମାନଙ୍କ ପ୍ରତି ଯେତେ ଅଧିକ ଗୁରୁତ୍ୱ ଦେବେ, ଦେଶ ସେତିକି ମଜଭୁତ ହେବ ବୋଲି କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/178976-farmerweb_1623237160.jpg)