prenet
ଗାଜିଆବାଦ: ଉତ୍ତରପ୍ରଦେଶ ଗାଜିଆବାଦର ମୋଦିନଗରରେ ରହୁଥିବା ସୌରଭ ଖାନ୍ନାଙ୍କର ପତ୍ନୀ ୯ମାସର ଗର୍ଭବତୀ ଅଛନ୍ତି। ତାଙ୍କୁ ଯେ କୌଣସି ସମୟରେ ବି ମେଡିକାଲରେ ଭର୍ତ୍ତି କରିବାକୁ ପଡିବ। ଡାକ୍ତର କହିଛନ୍ତି ଯେ, ମେଡକାଲରେ ଭର୍ତ୍ତି କରିବା ପୂର୍ବରୁ କରୋନା ପରୀକ୍ଷା କରିବା ଆବଶ୍ୟକ। ଏନେଇ ସୌରଭ ଖାନ୍ନା ବିଭିନ୍ନ ମେଡିକାଲ ବୁଲୁଥିବାବେଳେ କରୋନା ପରୀକ୍ଷା ପାଇଁ କୌଣସି ସୁବିଧା ହୋଇପାରୁ ନାହିଁ।
ଖବର ଅନୁଯାୟୀ, ମୋଦିନଗରରେ ପରୀକ୍ଷା କରିବା ପାଇଁ କୌଣସି ସୁବିଧା ନାହଁ। ସେଠାରୁ ୩୦ କି.ମି ଦୂରରେ ଥିବା ମେରଠର ଏକ ଡାକ୍ତରଖାନାରେ ପରୀକ୍ଷା କରିବା ପାଇଁ ଯୋଗାଯୋଗ କରିଥିଲେ। ହେଲେ ସେଠାରେ ଡାକ୍ତର ଗାଜିଆବାଦରେ ଏହି ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ।
ସୌରଭ ଗାଜିଆବାଦର ଏକ ଘରୋଇ ମେଡିକାଲରେ ପହଞ୍ଚିଥିଲେ। ସେଠାରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା । ସେଠାରେ କରୋନା ଟେଷ୍ଟ କରୁଥିବା କର୍ମଚାରୀ କହିଥିଲେ, ଯଦି ଏଠାର ଡାକ୍ତର ଲିଖିତ ଆକାରରେ ଦିଅନ୍ତି, ତେବେ ପରୀକ୍ଷା କରାଯିବ। ବହୁ ଚେଷ୍ଟା ସତ୍ତ୍ୱେ ସେଠାରେ ମଧ୍ୟ ପରୀକ୍ଷା ହୋଇ ପାରିଲା ନାହିଁ। ବିଭିନ୍ନ ମେଡିକାଲରୁ ନିରାଶ ହୋଇ ଫେରି ଶେଷରେ ସୌରଭ ଟ୍ୱିଟ୍ କରି ସିଏମ୍ ଯୋଗୀ ଆଦିତ୍ୟନାଥ ଓ ଗାଜିଆବାଦର ଡିଏମ୍ଙ୍କୁ ଅଭିଯୋଗ କରିଥିଲେ।
ସୌରଭ ଖାନ୍ନା କହିଛନ୍ତି, ପତ୍ନୀ ଆସନ୍ନପ୍ରସବା । କିନ୍ତୁ ଏପର୍ଯ୍ୟନ୍ତ କରୋନା ପରୀକ୍ଷା କରାଯାଇ ପାରୁନାହଁ। ଏଭଳି ପରିସ୍ଥିତିରେ ମୁଁ କିପରି ତାଙ୍କୁ ମେଡିକାଲରେ ଭର୍ତ୍ତି କରିବି? ସରକାରୀ ନିୟମ ଅନୁଯାୟୀ, ମେଡିକାଲରେ ଭର୍ତ୍ତି ହେବା ପୂର୍ବରୁ କରୋନା ପରୀକ୍ଷା କରିବା ଆବଶ୍ୟକ। ଏନେଇ ସୌରଭଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୌରଭ ଆହୁରି ମଧ୍ୟ କହିଛନ୍ତି ଯେ ଗର୍ଭାବସ୍ଥାରେ ପତ୍ନୀଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଥାଏ। ଏଭଳି ପରିସ୍ଥିତିରେ ସରକାରୀ ମେଡିକାଲରେ ପରୀକ୍ଷା କରିବା ଠିକ୍ ହେବନାହିଁ। ପରୀକ୍ଷା ପାଇଁ ଗାଜିଆବାଦର ବିଭିନ୍ନ ଘରୋଇ ଲ୍ୟାବ ବୁଲିଛି। କିନ୍ତୁ କୌଣସି ସୁବିଧା ହୋଇପାରିନାହିଁ। କରୋନା ପରୀକ୍ଷା କରାଯାଉଥିବା ଅଧିକାଂଶ ଲ୍ୟାବ ଦିଲ୍ଲୀ, ନୋଏଡା ଓ ଗୁରୁଗାଓଁରେ ରହିଛି। ହେଲେ ଏତେ ବାଟ ଯିବା ସମ୍ଭବ ନୁହେଁ। ତେଣୁ ଏବ କିପରି ପତ୍ନୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବି ଜାଣିପାରୁ ନାହିଁ ବୋଲି ଅସହାୟ ଅବସ୍ଥାରେ କହିଛନ୍ତି ସୌରଭ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/prenet_1626696411.jpg)