Advertisment

ଗ୍ୟାଙ୍ଗଷ୍ଟାର୍ ବିକାଶର ପତ୍ନୀ ଓ ପୁଅ ଗିରଫ

ଲକ୍ଷ୍ନୌ: କାନପୁରରେ ୮ଜଣ ପୁଲିସକର୍ମୀଙ୍କୁ ନିର୍ମମ ହତ୍ୟା କରିବା ପରେ ଉଜ୍ଜୈନରେ ଗିରଫ ହୋଇଥିବା ବିକାଶ ଦୁବେର ପତ୍ନୀ ଓ ପୁଅକୁ ମଧ୍ୟ ପୁଲିସ୍ ହେପାଜତକୁ ନେଇଛି। ମିଳିଥିବା ସୂଚନା ଅନୁଯାୟୀ, ପୁଲିସ୍ ବିକାଶର ପତ୍ନୀ ରିଚା ଦୁବେ ଓ ତା’ର ପୁଅକୁ ଲକ୍ଷ୍ନୌର କ୍ରିଷ୍ଣାନଗର ଅଞ୍ଚଳରୁ ଗିରଫ କରିଛି। ଏହାସହ ପୁଲିସ୍ ବିକାଶର ଘରେ କାମ କରୁଥିବା ଚାକରକୁ ମଧ୍ୟ ଉଠାଇ ନେଇଛି। ଗୁରୁବାର ସକାଳେ ପୁଲିସ୍ ବିକାଶ ଦୁବେକୁ ମଧ୍ୟପ୍ରଦେଶର ଉଜ୍ଜୈନସ୍ଥିତ ମହାକାଳ ମନ୍ଦିରରୁ […]

ଗ୍ୟାଙ୍ଗଷ୍ଟାର୍ ବିକାଶର ପତ୍ନୀ ଓ ପୁଅ ଗିରଫ

vikas

Advertisment

ଲକ୍ଷ୍ନୌ: କାନପୁରରେ ୮ଜଣ ପୁଲିସକର୍ମୀଙ୍କୁ ନିର୍ମମ ହତ୍ୟା କରିବା ପରେ ଉଜ୍ଜୈନରେ ଗିରଫ ହୋଇଥିବା ବିକାଶ ଦୁବେର ପତ୍ନୀ ଓ ପୁଅକୁ ମଧ୍ୟ ପୁଲିସ୍ ହେପାଜତକୁ ନେଇଛି। ମିଳିଥିବା ସୂଚନା ଅନୁଯାୟୀ, ପୁଲିସ୍ ବିକାଶର ପତ୍ନୀ ରିଚା ଦୁବେ ଓ ତା'ର ପୁଅକୁ ଲକ୍ଷ୍ନୌର କ୍ରିଷ୍ଣାନଗର ଅଞ୍ଚଳରୁ ଗିରଫ କରିଛି। ଏହାସହ ପୁଲିସ୍ ବିକାଶର ଘରେ କାମ କରୁଥିବା ଚାକରକୁ ମଧ୍ୟ ଉଠାଇ ନେଇଛି।

Advertisment

ଗୁରୁବାର ସକାଳେ ପୁଲିସ୍ ବିକାଶ ଦୁବେକୁ ମଧ୍ୟପ୍ରଦେଶର ଉଜ୍ଜୈନସ୍ଥିତ ମହାକାଳ ମନ୍ଦିରରୁ ଗିରଫ କରିଥିଲା। ଏହା ପରେ ଉତ୍ତର ପ୍ରଦେଶ ପୁଲିସ୍ ବିକାଶକୁ ନେଇ ଉଜ୍ଜୈନ୍ ଛାଡ଼ି କାନପୁର ଅଭିମୁଖେ ବାହାରି ସାରିଛି। ୟୁପି ପୁଲିସର ଏକ ଟିମ୍ ରାଜପଥ ଦେଇ ମଧ୍ୟପ୍ରଦେଶରୁ ଉତ୍ତର ପ୍ରଦେଶ ଅଭିମୁଖେ ବାହାରିଛି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ କାନପୁରରେ ୮ ଜଣ ପୁଲିସ୍‌ କର୍ମୀଙ୍କୁ ବିକାଶ ହତ୍ୟା କରିବା ପରେ ଫେରାର ଥିଲା। ଗୁରୁବାର ସକାଳେ ପୋଲିସ ଏନକାଉଣ୍ଟରରେ ବିକାଶ ଦୁବେର ଦୁଇ ସହଯୋଗୀ ନିହତ ହୋଇଥିଲେ। ପୋଲିସ ତାର ୨ ଜଣ ସହଯୋଗୀଙ୍କୁ ଏନ୍‌କାଉଣ୍ଟର କରି ମାରି ଦେବା ପରେ ବିକାଶ ଜୀବନ ବଞ୍ଚାଇବାକୁ ଆତ୍ମସମର୍ପଣ କରିବା ପାଇଁ ଚେଷ୍ଟା କରୁଥିଲା। ଏପରିକି ଏକ ଟିଭି ନ୍ୟୁଜ ଚ୍ୟାନେଲର ଲାଇଭ ଟେଲିକାଷ୍ଟ ସମୟରେ ଆତ୍ମସମର୍ପଣ କରିବାକୁ ଚାହୁଁଥିଲା ବିକାଶ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ