Advertisment

ଜୁନ୍ ୧ରୁ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଜୁନରୁ ସାରା ଦେଶରେ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଆଜି ଲୋକସଭାରେ କେନ୍ଦ୍ର ଖାଦ୍ୟ ବ୍ୟାପାର ମନ୍ତ୍ରୀ ରାମ ବିଳାଶ ପାଶାଓ୍ୱାନ ଏହା କହିଛନ୍ତି। ଏହି ଏକକ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହେଲେ ହିତାଧିକାରୀ ଦେଶର ଯେକୌଣସି ସ୍ଥାନରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସାମଗ୍ରୀ  ଉଠାଇପାରିବେ । ଏଥିସହ ନକଲି ରାସନ କାର୍ଡ ଉପରେ ମଧ୍ୟ ତାଲା […]

ଜୁନ୍ ୧ରୁ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’

one nation

Advertisment

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଜୁନରୁ ସାରା ଦେଶରେ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଆଜି ଲୋକସଭାରେ କେନ୍ଦ୍ର ଖାଦ୍ୟ ବ୍ୟାପାର ମନ୍ତ୍ରୀ ରାମ ବିଳାଶ ପାଶାଓ୍ୱାନ ଏହା କହିଛନ୍ତି। ଏହି ଏକକ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହେଲେ ହିତାଧିକାରୀ ଦେଶର ଯେକୌଣସି ସ୍ଥାନରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସାମଗ୍ରୀ  ଉଠାଇପାରିବେ । ଏଥିସହ ନକଲି ରାସନ କାର୍ଡ ଉପରେ ମଧ୍ୟ ତାଲା ପଡ଼ିଯିବ।

Advertisment

ଏବେ ୧୪ଟି ରାଜ୍ୟରେ ପିଓଏସ ମେସିନ ସାହାଯ୍ୟରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ଖୁବଶୀଘ୍ର ୨୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ରାଜ୍ୟରେ ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସାରା ଦେଶରେ ଏହି ବ୍ୟବସ୍ଥା ଲାଗୁ ହେବା ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ କାମ କରୁଛନ୍ତି। ପ୍ରତ୍ୟେକ ହିତାଧିକାରୀଙ୍କ ଆଧାର କାର୍ଡ, ଆଙ୍ଗୁଳି ଚିହ୍ନକୁ ବାୟୋମେଟ୍ରିକ ସ୍କାନରରେ ସ୍କାନ କରାଯାଇ ଗୋଟିଏ ସର୍ଭରରେ ରଖିବା ପାଇଁ ସରକାର ଯୋଜନା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ