Advertisment

ସ୍ୱାଧୀନତାର ୭୨ ବର୍ଷ ପରେ ଗାଁରେ ପହଞ୍ଚିଲା ବିଜୁଳୀ

ପୁନେ: ଭାରତକୁ ସ୍ୱାଧୀନ ହେବାର ୭୨ ବର୍ଷ ବିତିଗଲାଣି। ଏହା ମଧ୍ୟରେ ଦେଶ ବହୁ ଆଗକୁ ମଧ୍ୟ ବଢ଼ିସାରିଲାଣି। କିନ୍ତୁ ଆଜିବି କିଛି କ୍ଷେତ୍ରରେ ଉନ୍ନତି ହୋଇନଥିବା ଦେଖିବାକୁ ମିଳିଛି। ଆମେ କହୁଛୁ ମହାରାଷ୍ଟ୍ରର ଏକ ଗାଁ କଥା। ସ୍ୱାଧୀନତା ପରଠାରୁ ହିଁ ଏହି ଗାଁ ଅନ୍ଧକାରରେ ବିତାଉଥିଲା। କିନ୍ତୁ ଶେଷରେ ଏହିଁ ଗାଁରେ ବିଜୁଳୀ ପହଞ୍ଚିଛି। ଏହି ଗାଁ ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ଅବସ୍ଥିତ। ଅକୋଲା ଜିଲ୍ଲାର ନାଭି ତଲାଇ ନଦୀରେ ଅବସ୍ଥିତ ଏହି ଗାଁର […]

ଅଦ୍ୟତନ ହୋଇଛି
ସ୍ୱାଧୀନତାର ୭୨ ବର୍ଷ ପରେ ଗାଁରେ ପହଞ୍ଚିଲା ବିଜୁଳୀ

electricity

Advertisment

ପୁନେ: ଭାରତକୁ ସ୍ୱାଧୀନ ହେବାର ୭୨ ବର୍ଷ ବିତିଗଲାଣି। ଏହା ମଧ୍ୟରେ ଦେଶ ବହୁ ଆଗକୁ ମଧ୍ୟ ବଢ଼ିସାରିଲାଣି। କିନ୍ତୁ ଆଜିବି କିଛି କ୍ଷେତ୍ରରେ ଉନ୍ନତି ହୋଇନଥିବା ଦେଖିବାକୁ ମିଳିଛି। ଆମେ କହୁଛୁ ମହାରାଷ୍ଟ୍ରର ଏକ ଗାଁ କଥା। ସ୍ୱାଧୀନତା ପରଠାରୁ ହିଁ ଏହି ଗାଁ ଅନ୍ଧକାରରେ ବିତାଉଥିଲା। କିନ୍ତୁ ଶେଷରେ ଏହିଁ ଗାଁରେ ବିଜୁଳୀ ପହଞ୍ଚିଛି। ଏହି ଗାଁ ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ଅବସ୍ଥିତ। ଅକୋଲା ଜିଲ୍ଲାର ନାଭି ତଲାଇ ନଦୀରେ ଅବସ୍ଥିତ ଏହି ଗାଁର ନିବାସୀ ବିଜୁଳୀ ଆସିବା ନେଇ ଖୁସିରେ ଦୀପାବଳି ମନାଇଛନ୍ତି। ଏହି ଗାଁରେ ଜନସଂଖ୍ୟା ମାତ୍ର ୫୪୦।

Advertisment

ଏହା ପୂର୍ବରୁ ଏମାନେ ଅମରାବତୀ ଜିଲ୍ଲାରେ ମେଳଘାଟ ବ୍ୟାଘ୍ର ପ୍ରୋଜେକ୍ଟର ମୁଖ୍ୟ ଅଞ୍ଚଳରେ ରହୁଥିଲେ। କିନ୍ତୁ ୨୦୧୮ରେ ସେମାନଙ୍କୁ ନାଭି ତଲାଇ ନଦୀ ନିକଟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ତଲହରା ତାଲୁକା ଗାଁରେ ରହୁଥିବା ୫୪୦ଜଣ ଲୋକ ପୁନଃଥଇଥାନ ସମୟରୁ ହିଁ ବିଜୁଳୀର ବଞ୍ଚିତ ଥିଲେ। ନିବାସୀଙ୍କୁ ନିଜ ମୋବାଇଲ୍ ଫୋନ୍ ଚାର୍ଜ କରିବା ପାଇଁ ପଡ଼ୋଶୀ ଗାଁରେ ଲୋକଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ହେଲେ ଜୁଲାଇ ୨୨ ତାରିଖରେ ଗାଁରେ ବିଜୁଳୀ ପହଞ୍ଚିବା ପରେ ସେମାନଙ୍କ ଜୀବନରୁ ଅନ୍ଧକାର ଦୂର ହୋଇଥିଲା।

ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ୍ ବିତରଣ କମ୍ପାନୀ ଲିମିଟେଡ୍ (ଏମଏସଇଡିସିଏଲ୍)ର ଜଣେ ଅଧିକାରୀ କହିଛନ୍ତି, 'ଗାଁକୁ ବିଜୁଳୀ ପହଞ୍ଚାଇବା ଆମେ ଦାୟିତ୍ୱ ଥିଲା। ଏମଏସଇଡିସିଏଲ୍ ମିଶନ୍ ମୋଡରେ କାମ କରିଥାଏ। ଏବେ ଗାଁରେ ସବୁ ଘରେ ବିଜୁଳୀ ପହଞ୍ଚିଛି।' ନାଭି ତଲାଇ ଗାଁର ନିବାସୀଙ୍କ ପାଇଁ ଏହି ମୁହୂର୍ତ୍ତ ଦୀପାବଳି ଉତ୍ସବ ସଦୃଶ ଥିଲା। ଗାଁ ଲୋକେ ଦୀପ ପ୍ରଜ୍ଜ୍ୱଳନ ଓ ପିଲାମାନେ କେକ୍ କାଟି ଏହାର ସ୍ୱାଗତ କରିଛନ୍ତି।

Advertisment

ସମାଜସେବୀ ଗୋପାଳ କୋଲ୍ହେ ଓ ବିଧାନ ପରିଷଦ ସଦସ୍ୟ ଅମୋଲ୍ ମିତକାରୀ ଗାଁରେ ବିଜୁଳୀ ପହଞ୍ଚାଇବା ଭିତ୍ତିଭୂମି ପକାଇଥିଲେ। ମିତକରୀ ଏହି ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ସେ କହିଛନ୍ତି, ନାଭି ତଲାଇ ଏବେ ରାଜ୍ୟରେ ବିକାଶର ନୂଆ ଉଦାହରଣ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ