Advertisment

ବ୍ଲାକ୍ ଫଙ୍ଗସ୍ ଭୟ ଭିତରେ ଆଶ୍ୱସ୍ତିକର ଖବର : ୧୦ ଲକ୍ଷ Amphotericin ଇଞ୍ଜେକ୍ସନ ଯୋଗାଇବ ଆମେରିକୀୟ କମ୍ପାନୀ

ନୂଆଦିଲ୍ଲୀ : କରୋନା କହର ମଧ୍ୟରେ ଦେଶରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ସଙ୍କଟକୁ ବଢ଼ାଇ ଦେଇଛି । ସାରା ଦେଶରେ ଏବେ ସୁଦ୍ଧା ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାରରେ ପହଞ୍ଚି ସାରିଛି । ଏହି ସଂକ୍ରମଣର ସବୁଠାରୁ ଅଧିକ…

ଅଦ୍ୟତନ ହୋଇଛି
ବ୍ଲାକ୍ ଫଙ୍ଗସ୍ ଭୟ ଭିତରେ ଆଶ୍ୱସ୍ତିକର ଖବର : ୧୦ ଲକ୍ଷ Amphotericin ଇଞ୍ଜେକ୍ସନ ଯୋଗାଇବ ଆମେରିକୀୟ କମ୍ପାନୀ

black fungs

Advertisment

ନୂଆଦିଲ୍ଲୀ : କରୋନା କହର ମଧ୍ୟରେ ଦେଶରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ସଙ୍କଟକୁ ବଢ଼ାଇ ଦେଇଛି । ସାରା ଦେଶରେ ଏବେ ସୁଦ୍ଧା ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାରରେ ପହଞ୍ଚି ସାରିଛି । ଏହି ସଂକ୍ରମଣର ସବୁଠାରୁ ଅଧିକ ପ୍ରଭାବ ଗୁଜୁରାଟରେ ପଡ଼ିଛି । ଏବେ ସୁଦ୍ଧା ଗୁଜରାଟରେ ୨୮୦୦, ମହାରାଷ୍ଟ୍ରରେ ୨୭୦୦, ଆନ୍ଧ୍ରପ୍ରଦେଶରେ ୭୦୦ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀରେ ବ୍ଲାକ ଫଙ୍ଗସ୍ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨୦ରେ ପହଞ୍ଚିଛି ।

Advertisment

ବ୍ଲାକ୍ ଫଙ୍ଗସ୍ ଆତଙ୍କ ମଧ୍ୟରେ ଏବେ ଦେଶରେ ଇଞ୍ଜେକ୍ସନର ଅଭାବ ଦେଖାଦେଇଛି । ବ୍ଲାକ୍ ଫଙ୍ଗସ୍ ଚିକିତ୍ସା ପାଇଁ ଏମଫୋଟୋରିସିନ୍ ଇଞ୍ଜେକ୍ସନ୍ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଅନେକ ଦେଶ ସହ ସମ୍ପର୍କ କରିଥିଲା । ସୂଚନା ଅନୁସାରେ ଆମେରିକା ସ୍ଥିତ ସାଇଂସେଡ୍ ବୋର୍ଡ, ଭାରତକୁ  ସହାୟତାର ହାତ ବଢ଼ାଇଛି ।

ଆମେରିକାରେ ଏବେ ସୁଦ୍ଧା ଏମଫୋଟୋରିସିନ୍ ଇଞ୍ଜେକ୍ସନର ୧୨୧,୦୦୦ ଠାରୁ ଅଧିକ ଶିଶି ଭାରତ ପହଞ୍ଚି ସାରିଛି । ଆଉ ୮୫୦୦୦ ଇଞ୍ଜେକ୍ସନ ରାସ୍ତାରେ ଅଛି । ଆମେରିକା କମ୍ପାନୀ ପାଖାପାଖି ୧ ମିଲିୟନ୍ ଡୋଜ ଇଞ୍ଜେକ୍ସନ ଯୋଗାଇବା ବୋଲି ଖବର ମିଳିଛି । ସେହିପରି ଅନ୍ୟ ଦେଶ ସହ ମଧ୍ୟ ସମ୍ପର୍କ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ।

Advertisment

ବ୍ଲାକ୍ ଫଙ୍ଗସ୍ ଏକ ମାରାତ୍ମକ ରୋଗ ହେଲେ ମଧ୍ୟ, ଦୁରାରୋଗ୍ୟ ନୁହେଁ। ପ୍ରାରମ୍ଭିକ ଅବସ୍ଥାରେ ଏହାର ଚିକିତ୍ସା ସମ୍ଭବ। ତେଣୁ ପ୍ରାଥମିକ ଲକ୍ଷଣ ଦେଖାଦେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବା ଯେତିକି ଜରୁରୀ, ତା ଠୁ ଅଧିକ ଜରୁରୀ, ବ୍ଲାକ୍ ଫଙ୍ଗସ୍ ସଂକ୍ରମଣରୁ ବର୍ତ୍ତିବାର ଉପାୟ ଜାଣିବା। ଏଥିରୁ ରକ୍ଷା ପାଇବା ପାଇଁ ଉଭୟ କରୋନା ରୋଗୀ ଓ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସତର୍କ ହେବା ଉଚିତ। କରୋନା ରୋଗୀଙ୍କୁ ଡାକ୍ତରମାନେ ଆବଶ୍ୟକତା ପୂର୍ବରୁ ଏବଂ ମାତ୍ରାଧିକ ଷ୍ଟିରଏଡ୍ ଦେବା ଅନୁଚିତ ଏବଂ ରୋଗୀଙ୍କୁ ଅକ୍ସିଜେନ୍ ଲଗାଇବା ବେଳେ ମାସ୍କ ଓ ପାଇପକୁ ଭଲଭାବେ ସାନିଟାଇଜ୍ କରିବା ଉଚିତ ବୋଲି ବିଶେଷଜ୍ଞ କହିଛନ୍ତି।

Black Fungus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ