two boys
ଗ୍ରେନୋବଲ୍: ଫ୍ରାନ୍ସରେ ଏକ ଆପାର୍ଟମେଣ୍ଟର ତୃତୀୟ ମହଲାରେ ନିଆଁ ଲାଗିଯାଇଥିଲା। ଫଳରେ ସେହି ମହଲାରୁ ଦୁଇ ଭାଇ ନିଜ ଜୀବନ ବଞ୍ଚାଇବା ପାଇଁ ତଳକୁ ଡେଇଁ ପଡ଼ିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଦୁଇ ଭାଇ ଜୀବିତ ଅଛନ୍ତି। ବିଲ୍ଡିଂ ତଳେ ଛିଡ଼ା ହୋଇଥିବା ଉଦ୍ଧାରକାରୀ ଟିମ୍ ସେ ଦୁହିଁଙ୍କୁ ବଞ୍ଚାଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଖବର ଅନୁଯାୟୀ, ଗତ ମଙ୍ଗଳବାର ଦିନ ଗ୍ରେନୋବଲ୍ ସହରରେ ଥିବା ଏକ ଆପାର୍ଟମେଣ୍ଟର ତୃତୀୟ ମହଲାରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ସମୟରେ ଦୁଇଭାଇ ଘର ଭିତରେ ଥିଲେ। ବାହାର ପଟୁ ରୁମ୍କୁ ଲକ୍ କରାଯାଇଥିଲା। ଯାହାଫଳରେ ଦୁଇ ଭାଇ ବାହାରକୁ ଆସିପାରିନଥିଲେ। ପରେ ଘରର ଝରକା ଦେଇ ୪୦ ଫୁଟ୍ ତଳକୁ ଡେଇଁବାକୁ ବାଧ୍ୟ ହୋଇଥିଲେ। । ପ୍ରଥମେ ୧୦ ବର୍ଷର ବଡ଼ ଭାଇ ତିନି ବର୍ଷର ଛୋଟ ଭାଇକୁ ଝରକା ଦେଇ ତଳକୁ ପିଙ୍ଗିଥିଲେ । ତା’ପରେ ସେ ନିଜେ ତଳକୁ ଡେଇଁଥିଲେ। ଆପାର୍ଟମେଣ୍ଟର ତଳେ ଛିଡ଼ା ହୋଇଥିବା ଉଦ୍ଧାରକାରୀ ଟିମ୍ ଦୁହିଁଙ୍କ ଜୀବନ ବଞ୍ଚାଇଥିଲେ। ଏହି ସମୟର ଭିଡିଓ ସେହି ଆପାର୍ଟମେଣ୍ଟରେ ରହୁଥିବା ଜଣେ ପଡ଼ୋଶୀ ଏହାର ସୁଟିଂ କରିଥିଲେ।
ଦୁଇଭାଇଙ୍କର କିଛି ବି କ୍ଷତି ହୋଇନାହିଁ। କିନ୍ତୁ ଦୁହେଁ ଧୂଆଁରେ ଆକ୍ରାନ୍ତ ହୋଇଥିଲେ। ପରେ ଦୁଇ ଭାଇଙ୍କ ସମେତ ବିଲ୍ଡିଂର କିଛି ଲୋକ ଓ ଉଦ୍ଧାରକାରୀ ଟିମ୍ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଦୁଇ ଭାଇଙ୍କୁ ଧରିବା ସମୟରେ କିଛି ଉଦ୍ଧାରକାରୀ ଟିମ୍ ଆହତ ମଧ୍ୟ ହୋଇଛନ୍ତି।
ଏନେଇ ଉଦ୍ଧାର କରୁଥିବା ଜଣେ ଯୁବକ କହିଛନ୍ତି ଯେ ବିଲ୍ଡିଂର ତୃତୀୟ ମହଲାରେ ନିଆଁ ଲାଗିଯିବାରୁ ଦୁଇ ଜଣ ପିଲା ଭୟରେ ଚିତ୍କାର କରୁଥିଲେ। ଦୁହେଁ ଖାଲି କାନ୍ଦୁଥିଲେ। ତାଙ୍କ ଚିତ୍କାର ଶୁଣି ମୁଁ ସେଠାକୁ ଦୌଡ଼ିଲି। ଦୁହେଁ ଝରକା ପାଖରେ ଥିଲେ। ବିଲ୍ଡିଂରେ ନିଆଁ ଲାଗି ପ୍ରବଳ ଧୂଆଁ ବାହାରୁଥିଲା।
ଗ୍ରେନୋବଲ୍ ମେୟର ବିରତ୍ୱର ସହିତ ଉଦ୍ଧାର କରିଥିବା ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିଆଁ କିପରି ଆପାର୍ଟମେଣ୍ଟରେ ଲାଗିଲା ତା’ର ତଦନ୍ତ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/two-boys_1625529483.jpg)