Advertisment

‘ଟ୍ରେନ୍‌ରେ ମସାଜ ସେବା ଭାରତୀୟ ସଂସ୍କୃତିର ବିରୁଦ୍ଧାଚରଣ କରୁଛି’ : ସୁମିତ୍ରା ମହାଜନ

ନୂଆଦିଲ୍ଲୀ: ରେଳ ବିଭାଗ କିଛି ଦିନ ତଳେ ଟ୍ରେନରେ ମସାଜ ସେବା ଆରମ୍ଭ ହୋବ ବୋଲି ଘୋଷଣା କରିଥିଲା। ଏବେ ଏହି ସେବାକୁ ନାପସନ୍ଦ କରିଛନ୍ତି ଲୋକସଭାର ପୂର୍ବତନ ବାଚସ୍ପତି ସୁମ୍ରିତା ମହାଜନ। ସେ କହିଛନ୍ତି ମହିଳା ଯାତ୍ରୀଙ୍କ ସାମ୍ନାରେ ଏଭଳି ସେବା ଉପଲବ୍ଧ କରାଇବା ଭାରତୀୟ ସଂସ୍କୃତିର ବିରୁଦ୍ଧାଚରଣ କରୁଛି। ଏ ନେଇ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ସୁମିତ୍ରା ମହାଜନ। ଏହା ପୂର୍ବରୁ ଇନ୍ଦୋରର ନବନିର୍ବାଚିତ ସାଂସଦ ଲାଲୱାନୀ ମସାଜ […]

‘ଟ୍ରେନ୍‌ରେ ମସାଜ ସେବା ଭାରତୀୟ ସଂସ୍କୃତିର ବିରୁଦ୍ଧାଚରଣ କରୁଛି’ : ସୁମିତ୍ରା ମହାଜନ

sumitra

Advertisment

ନୂଆଦିଲ୍ଲୀ: ରେଳ ବିଭାଗ କିଛି ଦିନ ତଳେ ଟ୍ରେନରେ ମସାଜ ସେବା ଆରମ୍ଭ ହୋବ ବୋଲି ଘୋଷଣା କରିଥିଲା। ଏବେ ଏହି ସେବାକୁ ନାପସନ୍ଦ କରିଛନ୍ତି ଲୋକସଭାର ପୂର୍ବତନ ବାଚସ୍ପତି ସୁମ୍ରିତା ମହାଜନ। ସେ କହିଛନ୍ତି ମହିଳା ଯାତ୍ରୀଙ୍କ ସାମ୍ନାରେ ଏଭଳି ସେବା ଉପଲବ୍ଧ କରାଇବା ଭାରତୀୟ ସଂସ୍କୃତିର ବିରୁଦ୍ଧାଚରଣ କରୁଛି।

Advertisment

ଏ ନେଇ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ସୁମିତ୍ରା ମହାଜନ। ଏହା ପୂର୍ବରୁ ଇନ୍ଦୋରର ନବନିର୍ବାଚିତ ସାଂସଦ ଲାଲୱାନୀ ମସାଜ ସେବାକୁ ନାପସନ୍ଦ କରିଥିଲେ।

ସୂଚନାଯୋଗ୍ୟ, ଟ୍ରେନରେ ଯାତ୍ରୀଙ୍କୁ ଉଭୟ ପାଦ ଓ ମୁଣ୍ଡର ମସାଜ ସେବା ମିଳିବ ବୋଲି ଘୋଷଣା କରିଥିଲା ରେଳ ବିଭାଗ। ଏଥିପାଇଁ ୧୦୦ ଟଙ୍କାର ଟିକଟ ବ୍ୟତୀତ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ବୋଲି କୁହାଯାଇ ଥିଲା।

Advertisment

ପ୍ରାଥମିକ ଭାବରେ ୩୯ଟି ଟ୍ରେନରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ମଧ୍ୟପ୍ରଦେଶ ଇନ୍ଦୋର ରେଲଓ୍ୱେ ଷ୍ଟେସନର ଜଣେ ରେଳ ଅଧିକାରୀ ସୂଚନା ଦେଇଥିଲେ। ଟ୍ରେନରେ ଏପରି ସେବା ଯୋଗାଇବା ପାଇଁ ପ୍ରଥମେ ଦେଶର ପଶ୍ଚିମ ରେଳ ଜୋନର ରତଲାମ ଡିଭିଜନ୍ ପ୍ରସ୍ତାବ ଦେଇଥିଲା।

ଏହି ସେବା ଦ୍ୱାରା ରେଳଯାତ୍ରା ଆରାମଦାୟକ ହେବ। ତା’ ସହିତ ଭାରତୀୟ ରେଳ ବାର୍ଷିକ ୨୦ ଲକ୍ଷରୁ ଅଧିକ ରୋଜଗାର କରିବ ବୋଲି ଆକଳନ କରାଯାଇଛି।ଏହାପରେ ପଶ୍ଚିମ ରେଳ ଜୋନର ଡିଆରଏମ କହିଛନ୍ତି ଏହି ସେବା ଆରମ୍ଭ କରିବା ପୂର୍ବରୁ ସମସ୍ତ ଦିଗ ଉପରେ ନଜର ରଖିବେ। ଯେମିତିକି କୌଣସି ବିବାଦ ସୃଷ୍ଟି ହେବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ