Advertisment

ପତ୍ନୀ ଓ ମା'ଙ୍କୁ ହତ୍ୟା କଲେ ଭାରତର ପୂର୍ବତନ ଆଥଲେଟ୍

ନୂଆଦିଲ୍ଲୀ: ଭାରତ ପକ୍ଷରୁ ଏସିଆନ୍ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିବା ପୂର୍ବତନ ଆଥଲେଟ୍ ଇକବାଲ୍‌ ସିଂହଙ୍କୁ ପତ୍ନୀ ଓ ମା’ଙ୍କ ହତ୍ୟା ଅଭିଯୋଗରେ ଆମେରିକାରେ ଗିରଫ କରାଯାଇଛି। ‘ଦି ଫିଲାଡେଲଫିଆ’ ଇନକ୍ୱାୟରର’ ରିପୋର୍ଟ ମୁତାବକ ପେନିସେଲଭାନିଆର ଡେଲାୱେର କାଉଣ୍ଟିରେ ରହୁଥିବା ୬୨ ବର୍ଷୀୟ ଇକବାଲ୍‌ ରବିବାର ସକାଳେ ପୋଲିସକୁ ଫୋନ୍ କରି ନିଜର ଅପରାଧ ସ୍ୱୀକାର କରିଥିଲେ। ରିପୋର୍ଟରେ କୁହାଯାଇଛି, ଯେତେବେଳେ ପୋଲିସ୍ ନ୍ୟୁଟାଉନ୍ ଟାଉନଶିପରେ ଥିବା ଇକବାଲଙ୍କ ଘରେ ପହଞ୍ଚିଲା, ଇକବାଲ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ […]

ପତ୍ନୀ ଓ ମା'ଙ୍କୁ ହତ୍ୟା କଲେ ଭାରତର ପୂର୍ବତନ ଆଥଲେଟ୍

athelete

Advertisment

ନୂଆଦିଲ୍ଲୀ: ଭାରତ ପକ୍ଷରୁ ଏସିଆନ୍ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିବା ପୂର୍ବତନ ଆଥଲେଟ୍ ଇକବାଲ୍‌ ସିଂହଙ୍କୁ ପତ୍ନୀ ଓ ମା'ଙ୍କ ହତ୍ୟା ଅଭିଯୋଗରେ ଆମେରିକାରେ ଗିରଫ କରାଯାଇଛି। 'ଦି ଫିଲାଡେଲଫିଆ' ଇନକ୍ୱାୟରର' ରିପୋର୍ଟ ମୁତାବକ ପେନିସେଲଭାନିଆର ଡେଲାୱେର କାଉଣ୍ଟିରେ ରହୁଥିବା ୬୨ ବର୍ଷୀୟ ଇକବାଲ୍‌ ରବିବାର ସକାଳେ ପୋଲିସକୁ ଫୋନ୍ କରି ନିଜର ଅପରାଧ ସ୍ୱୀକାର କରିଥିଲେ।

Advertisment

ରିପୋର୍ଟରେ କୁହାଯାଇଛି, ଯେତେବେଳେ ପୋଲିସ୍ ନ୍ୟୁଟାଉନ୍ ଟାଉନଶିପରେ ଥିବା ଇକବାଲଙ୍କ ଘରେ ପହଞ୍ଚିଲା, ଇକବାଲ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଥିଲେ, କାରଣ ସେ ନିଜକୁ କ୍ଷତି ପହଞ୍ଚାଇବାକୁ ଚାହୁଁଥିଲେ। ତା' ଇକବାଲଙ୍କ ଘର ଭିତରେ ଦୁଇ ମହିଳାଙ୍କ ମୃତଦେହ ପଡ଼ି ରହିଥିବା ପୋଲିସ୍ ଦେଖିବାକୁ ପାଇଥିଲା। ଏହି ଦୁଇ ମହିଳା ହେଉଛନ୍ତି ଇକବାଲଙ୍କ ପତ୍ନୀ ଓ ମା'।

ରବିବାର ଗିରଫ ହୋଇଥିବା ଇକବାଲଙ୍କ ବିରୋଧରେ ସୋମବାର ହତ୍ୟା ଅଭିଯୋଗ ଦାୟର ହୋଇଥିଲା ଏବଂ ତାଙ୍କୁ ହାଜତକୁ ନିଆଯାଇଥିଲା। ଯେହେତୁ ଇକବାଲ୍ ନିଜର ଅପରାଧ ସ୍ୱୀକାର କରିନେଇଥିଲେ, ତେଣୁ ତାଙ୍କୁ ଜାମିନ୍ ମିଳିନଥିଲା। ଏପରିକି ସେ ନିଜ ପକ୍ଷ ରଖିବା ପାଇଁ ଓକିଲର ସହାୟତା ମଧ୍ୟ ନେଇନଥିଲେ। ଏବେ ଆହତ ଇକବାଲଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

Advertisment

ସୂଚନାଯୋଗ୍ୟ, ଇକବାଲ୍ ଜଣେ ଶଟପୁଟ୍‌ ଆଥଲେଟ୍ ଥିଲେ। ସେ ୧୯୮୩ରେ କୁଏତରେ ଆୟୋଜିତ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ଭାରତ ପକ୍ଷରୁ ବ୍ରୋଞ୍ଜ ପଦକ ଜିତିଥିଲେ। ଏହା ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ସଫଳତା ଥିଲା। ଏହା ପରେ ସେ ଆମେରିକାରେ ରହିବାକୁ ଚାଲିଯାଇଥିଲେ। ଆମେରିକାରେ ସେ ଏକ ଟାକ୍ସି ଡ୍ରାଇଭର୍ ଭାବେ କାମ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ