Advertisment

ଏକାଥରକେ ପରିବାରର ୫ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୋପାଳ: ମଧ୍ୟପ୍ରଦେଶର ଟିମକଗଡ଼ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ରିଟାୟର୍ଡ ସରକାରୀ କର୍ମଚାରୀଙ୍କ ସମେତ ତାଙ୍କ ପତ୍ନୀ ଏବଂ ପରିବାର ଅନ୍ୟ ତିନି ସଦସ୍ୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ମୃତକଙ୍କ ମଧ୍ୟରେ ଏକ ୪ ବର୍ଷର ପିଲା ମଧ୍ୟ ଥିଲା। ପଡ଼ୋଶୀଙ୍କଠାରୁ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ପଡ଼ୋଶୀମାନେ କିଛି ଦିନ ହେବ ଘରୁ କାହାକୁ ବାହାରକୁ ଆସୁଥିବାର ଦେଖିବାକୁ ପାଇନଥିଲେ, ଯାହା ପରେ ସେମାନଙ୍କ […]

ଅଦ୍ୟତନ ହୋଇଛି
ଏକାଥରକେ ପରିବାରର ୫ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

hand

Advertisment

ଭୋପାଳ: ମଧ୍ୟପ୍ରଦେଶର ଟିମକଗଡ଼ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ରିଟାୟର୍ଡ ସରକାରୀ କର୍ମଚାରୀଙ୍କ ସମେତ ତାଙ୍କ ପତ୍ନୀ ଏବଂ ପରିବାର ଅନ୍ୟ ତିନି ସଦସ୍ୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ମୃତକଙ୍କ ମଧ୍ୟରେ ଏକ ୪ ବର୍ଷର ପିଲା ମଧ୍ୟ ଥିଲା। ପଡ଼ୋଶୀଙ୍କଠାରୁ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି।

Advertisment

ପଡ଼ୋଶୀମାନେ କିଛି ଦିନ ହେବ ଘରୁ କାହାକୁ ବାହାରକୁ ଆସୁଥିବାର ଦେଖିବାକୁ ପାଇନଥିଲେ, ଯାହା ପରେ ସେମାନଙ୍କ ମନରେ ସନ୍ଦେହ ଉପୁଜିଥିଲା। ଏହା ପରେ ପଡ଼ୋଶୀ ପୋଲିସକୁ ସୂଚନା ଦେଇଥିଲେ। ଏ ନେଇ ଜିଲ୍ଲା ଏସ୍‌ପି ପ୍ରଶାନ୍ତ ଖରେ କହିଛନ୍ତି, ଘରେ ୫ଜଣ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ତେବେ ଏ ସମସ୍ତଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ପୋଲିସ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଥିଲା, ସେଠାରେ ଘରର କବାଟ ଭିତର ପଟୁ ବନ୍ଦ ଥିଲା। ତେଣୁ କବାଟ ବାହାର ପଟୁ ଭଙ୍ଗା ଯାଇ ଖୋଲାଯାଇଥିଲା। କବାଟ ଖୋଲିବା ପରେ ୬୨ ବର୍ଷୀୟ ରିଟାୟର୍ଡ ସରକାରୀ କର୍ମଚାରୀଙ୍କ ମୃତଦେହ ଝୁଲନ୍ତାରେ ଦେଖିବାକୁ ମିଳିଥିଲା। ତାଙ୍କ ବ୍ୟତୀତ ରୁମରେ ୫୫ ବର୍ଷୀୟ ତାଙ୍କ ପତ୍ନୀ, ତାଙ୍କର ୨୭ ବର୍ଷୀୟ ପୁଅ, ୨୫ ବର୍ଷୀୟ ବୋହୁ ଏବଂ ୪ ବର୍ଷରୁ ନାତିଙ୍କର ମଧ୍ୟ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହକୁ ପୋଲିସ୍ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ