Advertisment

ବଢ଼ିଲା ଜରିମାନା; ମାସ୍କ ନପିନ୍ଧିଲେ ଗଣିବେ ୨ ହଜାର

ନୂଆଦିଲ୍ଲୀ: ଦିଲ୍ଲୀରେ ମାସ୍କ ନ ପିନ୍ଧିଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। କରୋନା ମୁକାବିଲା ଲାଗି ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ସର୍ବଦଳୀୟ ବୈଠକ ପରେ ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ। ମାସ୍କ ନ ପିନ୍ଧିଲେ ଜରିମାନା ୫୦୦ରୁ ୨ ହଜାରକୁ ବୃଦ୍ଧି କରାଯାଇଛି। ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢୁଥିବାରୁ ସବୁବେଳେ ମାସ୍କ ପିନ୍ଧିବା ସହ ଅନ୍ୟ ନିୟମ ମାନିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। […]

ବଢ଼ିଲା ଜରିମାନା; ମାସ୍କ ନପିନ୍ଧିଲେ ଗଣିବେ ୨ ହଜାର

kejariwal

Advertisment

ନୂଆଦିଲ୍ଲୀ: ଦିଲ୍ଲୀରେ ମାସ୍କ ନ ପିନ୍ଧିଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। କରୋନା ମୁକାବିଲା ଲାଗି ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ସର୍ବଦଳୀୟ ବୈଠକ ପରେ ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ମାସ୍କ ନ ପିନ୍ଧିଲେ ଜରିମାନା ୫୦୦ରୁ ୨ ହଜାରକୁ ବୃଦ୍ଧି କରାଯାଇଛି। ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢୁଥିବାରୁ ସବୁବେଳେ ମାସ୍କ ପିନ୍ଧିବା ସହ ଅନ୍ୟ ନିୟମ ମାନିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ପରିସ୍ଥିତିକୁ ଦେଖି ବଜାର ବନ୍ଦ ରଖିବାକୁ ରାଜ୍ୟ ସରକାର ପ୍ରସ୍ତାବ ରଖିଛନ୍ତି। ନିଜ ନିଜ ନିର୍ବାଚନମଣ୍ଡଳୀରେ କରୋନା ସଂପର୍କରେ ସଚେତନତା ସୃଷ୍ଟି ଲାଗି ପଦକ୍ଷେପ ନେବାକୁ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି କେଜ୍ରିଓ୍ୱାଲ।

ତେବେ ମାର୍କେଟ ବନ୍ଦ ରଖିବା ନିଷ୍ପତ୍ତିକୁ କଂଗ୍ରେସ ବିରୋଧ କରିଛି। ଏହାସହ ଛଟ୍ ପୂଜା ଉପରେ କଟକଣା ନ ଲଗାଇବାକୁ ଦିଲ୍ଲୀ ସରକାରଙ୍କୁ ଚିଠି ଲେଖିଛି କଂଗ୍ରେସ। ସେପଟେ ସଂକ୍ରମଣ ବଢ଼ିବାକୁ ନେଇ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରିଛି ବିଜେପି। କରୋନା ପରିଚାଳନାରେ ତ୍ରୁଟି ଓ ହସ୍ପିଟାଲରେ ସ୍ୱତନ୍ତ୍ର ବେଡ୍ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ବିରୋଧୀ ଦଳ।

Advertisment

ଅକ୍ଟୋବ ୨୮ରୁ ଦିଲ୍ଲୀରେ ସଂକ୍ରମଣ ହାର ପୁଣି ବଢ଼ିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ୧୩୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ପାର ହୋଇଥିବାବେଳେ ଗତ ୧୫ ଦିନରେ ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ