Advertisment

ମୋଦିଙ୍କ ମାଷ୍ଟରଷ୍ଟ୍ରୋକ: ପୁଣି ୧୫ ଟିକସ୍‌ ଅଧିକାରୀ ବିଦା

ନୂଆଦିଲ୍ଲୀ: ଦୁର୍ନୀତି ପ୍ରତି ଜିରୋ ଟଲରାନ୍ସର ଲକ୍ଷ୍ୟ ନେଇ ମୋଦି-୨ ସରକାର ପୁଣିଥରେ ଆକ୍ସନ ମୋଡ୍‌ରେ ଦେଖିବାକୁ ମିଳିଛି। ଦୁର୍ନୀତି ଅଭିଯୋଗ ଥିବା ଦେଶର ୧୫ ଜଣ ବରିଷ୍ଠ ଟିକସ୍‌ ଅଧିକାରୀଙ୍କୁ ଆଜି ମୋଦି-୨ ସରକାର ବାଧ୍ୟତାମୂଳକ ଅବସର ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ବାଧ୍ୟତାମୂଳକ ଅବସର ନେବାକୁ ନିର୍ଦ୍ଦେଶ ପାଇଥିବା ୧୫ ଅଧିକାରୀଙ୍କ ମଧ୍ୟରେ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନ୍‌ଡାଇରେକ୍ଟ ଟ୍ୟାକ୍ସ ଓ କଷ୍ଟମ୍ସ(ସିବିଆଇସି) ବିଭାଗର ପ୍ରିନ୍ସିପାଲ କମିଶନର, କମିଶନର, ଆଡିସନାଲ କମିଶନର ଓ ଡେପୁଟି […]

ମୋଦିଙ୍କ ମାଷ୍ଟରଷ୍ଟ୍ରୋକ: ପୁଣି ୧୫ ଟିକସ୍‌ ଅଧିକାରୀ ବିଦା

oo

Advertisment

ନୂଆଦିଲ୍ଲୀ: ଦୁର୍ନୀତି ପ୍ରତି ଜିରୋ ଟଲରାନ୍ସର ଲକ୍ଷ୍ୟ ନେଇ ମୋଦି-୨ ସରକାର ପୁଣିଥରେ ଆକ୍ସନ ମୋଡ୍‌ରେ ଦେଖିବାକୁ ମିଳିଛି। ଦୁର୍ନୀତି ଅଭିଯୋଗ ଥିବା ଦେଶର ୧୫ ଜଣ ବରିଷ୍ଠ ଟିକସ୍‌ ଅଧିକାରୀଙ୍କୁ ଆଜି ମୋଦି-୨ ସରକାର ବାଧ୍ୟତାମୂଳକ ଅବସର ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏଭଳି ବାଧ୍ୟତାମୂଳକ ଅବସର ନେବାକୁ ନିର୍ଦ୍ଦେଶ ପାଇଥିବା ୧୫ ଅଧିକାରୀଙ୍କ ମଧ୍ୟରେ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନ୍‌ଡାଇରେକ୍ଟ ଟ୍ୟାକ୍ସ ଓ କଷ୍ଟମ୍ସ(ସିବିଆଇସି) ବିଭାଗର ପ୍ରିନ୍ସିପାଲ କମିଶନର, କମିଶନର, ଆଡିସନାଲ କମିଶନର ଓ ଡେପୁଟି କମିଶନର ରାଙ୍କର ଅଫିସର ରହିଛନ୍ତି। ଜେନେରାଲ ଫାଇନାନ୍ସ ରୁଲ୍ସ ଅଫ୍‌ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ସର୍ଭିସର ନିୟମ ୫୬(ଜେ) ଆଧାରରେ ଏହି ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଅବସର ନେବାକୁ କୁହାଯାଇଛି।

ଏହି ତାଲିକାରେ ସିବିଆଇସିର ପ୍ରିନ୍ସିପାଲ କମିଶନର ଅନୁପ ଶ୍ରୀବାସ୍ତବ ରହିଛନ୍ତି। ତାଙ୍କ ନାଁରେ ସିବିଆଇ ଦୁଇଟି ମାମଲା ରୁଜୁ କରିଛି। ତାଙ୍କ ବିରୋଧରେ ସିବିଆଇ ଅପରାଧିକ ଷଡ଼ଯନ୍ତ୍ର ଓ ଲାଞ୍ଚ କାରବାର ଭଳି ସାଂଘାତିକ ଅଭିଯୋଗର ତଦନ୍ତ କରୁଛି। ଏହାବାଦ୍‌ ଯୌନ ଉତ୍ପୀଡ଼ନ, ସରକାରୀ ବଙ୍ଗଳାକୁ ଖାଲି ନ କରିବା ଓ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଭଳି ଅଭିଯୋଗ ମଧ୍ୟ ଶ୍ରୀବାସ୍ତବଙ୍କ ନାଁରେ ରହିଛି। କମିଶନର ଅତୁଲ ଦୀକ୍ଷିତଙ୍କ ନାଁରେ ମଧ୍ୟ ଦୁଇଟି ସିବିଆଇ ମାମଲା ରହିଛି।

Advertisment

ଏମାନଙ୍କ ବ୍ୟତୀତ ସଂସାର ଚାନ୍ଦ, ଜି ଶ୍ରୀ ହର୍ଷ, ବିନୟ ବ୍ରିଜ ସିଂହ, ଅଶୋକ ଆର ମହିଦା, ବୀରେନ୍ଦ୍ର ଅଗ୍ରୱାଲ, ଅମରେଶ ଜୈନ, ନଳୀନ କୁମାର, ଏସ୍‌ଏସ୍‌ ପବନା, ଏସ୍‌ଏସ୍‌ ବିଷ୍ଟ, ବିନୋନ୍ଦ କେଆର ସାଙ୍ଗା, ରାଜୁ ସେକର, ଅଶୋକ କୁମାର ଅସୱାଲ ଓ ମହମ୍ମଦ ଅଲତାଫଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ନେବାକୁ କୁହାଯାଇଛି।

ଏହାପୂର୍ବରୁ ମୋଦି ୨ ସରକାର ୧୨ ଜଣ ଆୟକର ଅଧିକାରୀଙ୍କୁ ଦୁର୍ନୀତି, ଯୌନ ନିର୍ଯାତନା ଓ କ୍ଷମତାର ଅପବ୍ୟବହାର ଭଳି ଅଭିଯୋଗ ପାଇଁ ବାଧ୍ୟତାମୂଳକ ଅବସର ନେବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ