Advertisment

କୃଷକ ଆନ୍ଦୋଳନ: ବୈଠକରେ ଚାଷୀ କହିଲେ, ବହୁତ ହୋଇଗଲା ଆଲୋଚନା ଏବେ ଲେଖିକି ଦିଅ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ୍‌କୁ ବିରୋଧ କରୁଥିବା ବିକ୍ଷୋଭକାରୀ ଚାଷୀଙ୍କ ସହିତ କେନ୍ଦ୍ର ସରକାରଙ୍କର ୫ ପର୍ଯ୍ୟାୟ ବୌଠକ ଜାରି ରହିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ବାଣିଜ୍ୟମନ୍ତ୍ରୀ ପୁୟୂଷ ଗୋୟଲ ଓ ଗୃହମନ୍ତ୍ରୀ ରାଜନାଥ ସିଂହ ଚାଷୀ ସାମିଲ୍ ହୋଇଛନ୍ତି। ଦିଲ୍ଲୀ ବିଜ୍ଞାନ ଭବନରେ ଏହି ବୈଠକ ଜାରି ରହିଛି। ଏଥିରେ  ୪୦ ଜଣ କୃଷକ ପ୍ରତିନିଧୀ ଦଳ ସାମିଲ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନରେ […]

କୃଷକ ଆନ୍ଦୋଳନ: ବୈଠକରେ ଚାଷୀ କହିଲେ, ବହୁତ ହୋଇଗଲା ଆଲୋଚନା ଏବେ ଲେଖିକି ଦିଅ

farmer

Advertisment

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ୍‌କୁ ବିରୋଧ କରୁଥିବା ବିକ୍ଷୋଭକାରୀ ଚାଷୀଙ୍କ ସହିତ କେନ୍ଦ୍ର ସରକାରଙ୍କର ୫ ପର୍ଯ୍ୟାୟ ବୌଠକ ଜାରି ରହିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ବାଣିଜ୍ୟମନ୍ତ୍ରୀ ପୁୟୂଷ ଗୋୟଲ ଓ ଗୃହମନ୍ତ୍ରୀ ରାଜନାଥ ସିଂହ ଚାଷୀ ସାମିଲ୍ ହୋଇଛନ୍ତି। ଦିଲ୍ଲୀ ବିଜ୍ଞାନ ଭବନରେ ଏହି ବୈଠକ ଜାରି ରହିଛି। ଏଥିରେ  ୪୦ ଜଣ କୃଷକ ପ୍ରତିନିଧୀ ଦଳ ସାମିଲ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନରେ ତୋମାର ଓ ପିୟୂଶଙ୍କ ନେତୃତ୍ୱରେ ହୋଇଥିବା ତୃତୀୟ ପର୍ଯ୍ୟାୟ ବୌଠକରେ ଚାଷୀନେତାଙ୍କ ପ୍ରତିନିଧୀଙ୍କୁ ଲିଖିତ ପ୍ରତିଶ୍ରୁତି ଦିଆଯାଇଛି।

Advertisment

କୃଷି ନେତା କହିଛନ୍ତି ବହୁତ ଚର୍ଚ୍ଚା ହୋଇଗଲା, ଏବେ ସରକାରଙ୍କ ସହିତ କୌଣସି ଚର୍ଚ୍ଚା କରିହେବ ନାହିଁ। ସରକାର ଏବେ ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ସେମାନେ ଅଡ଼ି ବସିଥିଲେ। କୃଷି ଆଇନ୍ ରଦ୍ଦ କରିବା ପାଇଁ ସରକାର ରାଜି ହେଉନଥିବା ବେଳେ ଚାଷୀ ନେତା କିନ୍ତୁ ଆଇନ୍ ରଦ୍ଦ କରିବାକୁ ଅଡ଼ିବସିଛନ୍ତି। ଏନେଇ ସରକାରଙ୍କ ତରଫରୁ ସଂଶୋଧନ ପ୍ରସ୍ତାବ ରଖାଯାଇଥିଲା। କିନ୍ତୁ ଏହାକୁ ଅସ୍ୱୀକାର କରିଥିଲେ ଚାଷୀ ନେତା।

ତେବେ ମିଳିଥିବା ସୂଚନା ଅନୁସାରେ ସରକାର କୃଷି ଆଇନ୍‌ରେ ପରିବର୍ତ୍ତନ କରିପାରନ୍ତି। କୃଷକଙ୍କୁ ସୁହାଇଲା ଭଳି ଆଇନ୍‌ ପରିବର୍ତ୍ତନ ହୋଇପାରେ ବୋଲି ବିଶେଷ ସୂତ୍ରରୁ ଖବର ମିଳୁଛି। ଅନ୍ୟପଟେ କୃଷକଙ୍କ ସମର୍ଥନରେ ଭାରତୀୟ ପରିବହନ ସଂଘ ଡିସେମ୍ବର ୮ ତାରିଖରେ ବିକ୍ଷୋଭପ୍ରଦର୍ଶନ କରିବ ବୋଲି ଘୋଷଣା କରିଛି। ଏହି ଆଲୋଚନା ବେଳେ କୃଷକ ସଂଗଠନ ପ୍ରଧାନମନ୍ତ୍ରୀଙ୍କ କୁଷପୁତ୍ତଳିକା ଦାହ କରିବାରେ ଚେତବାନୀ ସହିତ ଡିସେମ୍ବର ୮ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି।

Advertisment

ଯଦି ଆଜିର ବୌଠକରେ କୌଣସି ସମାଧାନ ନ ବାହାରେ, ତେବେ ପୁଣିଥରେ ସଂସଦ ଘେରାଉ କରିବାକୁ କୃଷକ ସଂଗଠନ ଚେତାବନୀ ଦେଇଛି। କୃଷି ଆଇନ୍‌ ବିରୋଧରେ ଦିଲ୍ଲୀ ସୀମାରେ କୃଷକ ଗତ ୯ ଦିନ ଧରି ପ୍ରଦର୍ଶନ ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ଦ୍ୱିତୀୟ ଥର ଆଲୋଚନା ହୋଇସାରିଥିଲେ ବି କୌଣଶି ନିଷ୍କର୍ସ ବାହାରିପାରିନି। କୃଷକ ସଂଗଠନ କୃଷି ଆଇନ୍‌ ରଦ୍ଦ କରିବା ସହିତ ଏମ୍‌ଏସ୍‌ପି ପାଇଁ ଭରସା ଚାହୁଛନ୍ତି। ଅନ୍ୟପଟେ ସରକାର କିନ୍ତୁ ଆଇନ୍‌ ରଦ୍ଦ କରିବାକୁ ଚାହୁଁନଥିବା ବେଳେ କେତେକ ସର୍ତ୍ତରେ ରାଜି ଥିବା ସୂଚନା ମିଳିଛି।

ସେପଟେ କୃଷକ ଆନ୍ଦୋଳନକୁ ସମର୍ଥନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଏନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ବିନା MSP-APMC ବିହାରର କୃଷକ ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ମୋଦି ସାରା ଦେଶକୁ ଏହି କୂଅକୁ ଠେଲି ଦେଇଛନ୍ତି। ଏମିତି ସ୍ଥିତିରେ ଦେଶର ଅନ୍ନଦାତାଙ୍କ ସହିତ ଛିଡ଼ା ହେବା ଆମର କର୍ତ୍ତବ୍ୟ ବୋଲି ରାହୁଲ କହିଛନ୍ତି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ