Advertisment

ଘାଟିରେ କମୁଛି ଟେନସନ୍, ପଛକୁ ହଟୁଛି ଚୀନ୍

ନୂଆଦିଲ୍ଲୀ: ଭାରତ ଓ ଚୀନର ସୀମାରେ ଲାଗି ରହିଥିବା ଟେନସନ୍ ଏବେ କମିବାରେ ଲାଗିଛି। ଏଲ୍ଏସି ନିକଟ ଗଲୱାନ୍ ଅଞ୍ଚଳରୁ ଚୀନ୍ ପଛକୁ ହଟିଥିବା ନୂଆ ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ହୋଇଛି। ଜୁନ୍ ୨୮ ତାରିଖରେ ଆସିଥିବା ସାଟେଲାଇଟ୍ ଚିତ୍ରରେ ଚୀନ୍ ସେନାର ଉପସ୍ଥିତି ଦେଖିବାକୁ ମିଳିଥିଲା। ତେବେ ଏବେ ଯେଉଁ ସାଟେଲାଇଟ୍ ଇମେଜ୍ ଆସିଛି ସେଥିରେ ଚୀନ୍ ସେନାର ଉପସ୍ଥିତି ନଜର ଆସୁନାହିଁ। ଫଳରେ ଚୀନ୍ ସେନା ଗଲୱାନ୍ ଭ୍ୟାଲିରୁ ପଛକୁ ହଟିଥିବା ସ୍ପଷ୍ଟ ହୋଇଛି। […]

ଘାଟିରେ କମୁଛି ଟେନସନ୍, ପଛକୁ ହଟୁଛି ଚୀନ୍

INDCHI

Advertisment

ନୂଆଦିଲ୍ଲୀ: ଭାରତ ଓ ଚୀନର ସୀମାରେ ଲାଗି ରହିଥିବା ଟେନସନ୍ ଏବେ କମିବାରେ ଲାଗିଛି। ଏଲ୍ଏସି ନିକଟ ଗଲୱାନ୍ ଅଞ୍ଚଳରୁ ଚୀନ୍ ପଛକୁ ହଟିଥିବା ନୂଆ ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ହୋଇଛି। ଜୁନ୍ ୨୮ ତାରିଖରେ ଆସିଥିବା ସାଟେଲାଇଟ୍ ଚିତ୍ରରେ ଚୀନ୍ ସେନାର ଉପସ୍ଥିତି ଦେଖିବାକୁ ମିଳିଥିଲା।

Advertisment

ତେବେ ଏବେ ଯେଉଁ ସାଟେଲାଇଟ୍ ଇମେଜ୍ ଆସିଛି ସେଥିରେ ଚୀନ୍ ସେନାର ଉପସ୍ଥିତି ନଜର ଆସୁନାହିଁ। ଫଳରେ ଚୀନ୍ ସେନା ଗଲୱାନ୍ ଭ୍ୟାଲିରୁ ପଛକୁ ହଟିଥିବା ସ୍ପଷ୍ଟ ହୋଇଛି। ଏହି ଇମେଜ୍‌ରୁ ଗଲ୍‌ୱାନ୍ ଘାଟିରେ ଜୁନ୍ ୨୮ ଓ ଜୁଲାଇ ୬ ତାରିଖର ଭିନ୍ନ ଭିନ୍ନ ଚିତ୍ର ଉପରେ ନଜର କଲେ ଏହା ସ୍ପଷ୍ଟ ଜଣାଯାଉଛି।

ଜୁନ୍ ୨୮ ତାରିଖର ସାଟେଲାଇଟ୍ ଇମେଜ୍‌ରେ ଘାଟି ରାସ୍ତାରେ ଡ୍ରାଗନ୍ ସେନାର ଉପସ୍ଥିତି ସ୍ପଷ୍ଟ ଦିଶୁଥିଲା। ହେଲେ ଜୁଲାଇ ୬ ତାରିଖର ଇମେଜ୍ ରେ ସେସବୁ କିଛି ନଜରକୁ ଆସୁନି। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ଗଲୱାନ୍ ଘାଟିରୁ ଡ୍ରାଗନ ସେନା ହଟିଛି। ସାଟେଲାଇଟ୍ ଚିତ୍ର ଅନୁଯାୟୀ, ଗଲୱାନର ଆଗୁଆ ଘାଟି ଅଞ୍ଚଳର ରାସ୍ତା ସ୍ପଷ୍ଟ ଭାବେ ଦେଖାଯାଉଛି।

Advertisment

ତେବେ ଏହି ରାସ୍ତା ପୂରା ଖାଲି ହୋଇ ଯାଇଥିବା ବେଳେ କୌଣସି ଗାଡ଼ି ବା ଲୋକଙ୍କ ଉପସ୍ଥିତି ମଧ୍ୟ ନାହିଁ। ଜୁନ୍‌ ୧୫ରେ ଯେଉଁ ସ୍ଥାନରେ ସଂଘର୍ଷ ହୋଇଥିଲା ସେଠାରୁ ପ୍ରାୟ ୧ କିମି ଦୂର ଚାଇନିଜ୍‌ ସୀମାରେ ପିଏଲଏ ତା’ର ପ୍ରଥମ ଟେଣ୍ଟ ନିର୍ମାଣ କରିଛି। ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ପରେ ଉଭୟ ପକ୍ଷର ସେନାଅଧିକାରୀଙ୍କ ମଧ୍ୟରେ ପୁଣି ଆଲୋଚନା ହେବ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଚାଇନା ପଛକୁ ଘୁଞ୍ଚିଥିଲେ ମଧ୍ୟ ଭାରତୀୟ ସେନା ସ୍ଥିତି ଉପରେ ପୂରା ନଜର ରଖିଥିବା କହିଛି। ଯଦି ବି ଚାଇନା ଯଦି ବି କିଛି ସେମିତି ମୁଭମେଣ୍ଟ କରେ, ତା’ହେଲେ ଭାରତୀୟ ଯବାନ ଏହାର ଜବାବ ଦେବାକୁ ପ୍ରସ୍ତୁତ ଥିବା ସେନା ପକ୍ଷରୁ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ