Advertisment

ରାଜ୍ୟପାଳକୁ ଭେଟିଲେ ଆକ୍ରମଣର ଶିକାର ହୋଇଥିବା ପୂର୍ବତନ ନୌସେନା ଅଧିକାରୀ

ମୁମ୍ବାଇ: ମୁମ୍ବାଇରେ ପୂର୍ବତନ ନୌସେନା ଅଧିକାରୀଙ୍କୁ ଶିବସେନା କର୍ମୀଙ୍କ ଆକ୍ରମଣ ଘଟଣା ଏବେ ଜେତିବାରେ ଲାଗିଛି। ଏବେ ଏହି ମାମଲାରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଛନ୍ତି ଆକ୍ରମଣର ଶିକାର ହୋଇଥିବା ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମା। ରାଜଭବନରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟି ଘଟଣା ସଂପର୍କରେ ଜଣାଇଛନ୍ତି। ଆକ୍ରମଣ ମାମଲାରେ ଅଭିଯୁକ୍ତମାନଙ୍କ ବିରୋଧରେ କୋହଳ ଦଫା ଲଗାଯାଇଥିବା ରାଜ୍ୟପାଳଙ୍କୁ ଜଣାଇଛନ୍ତି। ମଦନ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବାରୁ ରାଜ୍ୟ ସରକାରଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି […]

ଅଦ୍ୟତନ ହୋଇଛି
ରାଜ୍ୟପାଳକୁ ଭେଟିଲେ ଆକ୍ରମଣର ଶିକାର ହୋଇଥିବା ପୂର୍ବତନ ନୌସେନା ଅଧିକାରୀ

madan-sharma

Advertisment

ମୁମ୍ବାଇ: ମୁମ୍ବାଇରେ ପୂର୍ବତନ ନୌସେନା ଅଧିକାରୀଙ୍କୁ ଶିବସେନା କର୍ମୀଙ୍କ ଆକ୍ରମଣ ଘଟଣା ଏବେ ଜେତିବାରେ ଲାଗିଛି। ଏବେ ଏହି ମାମଲାରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଛନ୍ତି ଆକ୍ରମଣର ଶିକାର ହୋଇଥିବା ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମା। ରାଜଭବନରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟି ଘଟଣା ସଂପର୍କରେ ଜଣାଇଛନ୍ତି।

Advertisment

ଆକ୍ରମଣ ମାମଲାରେ ଅଭିଯୁକ୍ତମାନଙ୍କ ବିରୋଧରେ କୋହଳ ଦଫା ଲଗାଯାଇଥିବା ରାଜ୍ୟପାଳଙ୍କୁ ଜଣାଇଛନ୍ତି। ମଦନ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବାରୁ ରାଜ୍ୟ ସରକାରଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସେ ଦାବି କରିଛନ୍ତି। ରାଜ୍ୟପାଳ ମଧ୍ୟ ଘଟଣାକୁ ଗୁରୁତର ସହ ନେଇଛନ୍ତି। ଏ ନେଇ ପଦକ୍ଷେପ ନେବାକୁ ରାଜ୍ୟପାଳ ପ୍ରତିଶ୍ରୁତି ଦେଇଛନ୍ତି।
ଏଥିସହ ଘଟଣା ସଂପର୍କରେ କେନ୍ଦ୍ର ସରକାରଙ୍କ ସହ କଥାହେବା ପାଇଁ ରାଜ୍ୟପାଳ ପ୍ରତିଶ୍ରୁତି ଦେଇଥିବା ମଦନ କହିଛନ୍ତି।

ସେପଟେ ମାମଲାରେ ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ମୁମ୍ବାଇର ବୋରିଭାଲି କୋର୍ଟ। ପୂର୍ବରୁ ମଧ୍ୟ ଅଭିନେତ୍ରୀ କଙ୍ଗନା ରଣାୱତ ରାଜ୍ୟପାଳଙ୍କୁ ଭେଟି ନିଜ ପ୍ରତି ହୋଇଥିବା ଅନ୍ୟାୟ ସଂପର୍କରେ ଜଣାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ