Advertisment

ମାସୁଦକୁ ନିଷିଦ୍ଧ ଘୋଷଣା କରିବ ୟୁରୋପୀୟ ସଂଘ

ନୂଆଦିଲ୍ଲୀ: ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ତଥା ଜୈଶ୍‌-ଏ-ମହମ୍ମଦ ସଂଗଠନର ମୁଖ୍ୟ ମାସୁଦ ଆଝାରକୁ ନିଷିଦ୍ଧ ଘୋଷଣା କରିବ ୟୁରୋପୀୟ ସଂଘ। ଏନେଇ ଜର୍ମାନୀ ୟୁରୋପିୟନ ୟୁନିୟନରେ ପ୍ରସ୍ତାବ ଆଗତ କରିବ। ଜର୍ମାନୀର ଏହି ପ୍ରସ୍ତାବ ଯଦି କାର୍ଯ୍ୟକାରୀ ହୁଏ, ତେବେ ୟୁରୋପର ୨୮ଟି ଦେଶରେ ମାସୁଦ ଆଝାର ଉପରେ ବ୍ୟାନ୍‌ ଲାଗିବ। ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦରେ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଚୀନ୍‌ ଖାରଜ କରିଦେଇଥିଲା। କିନ୍ତୁ ଏବେ ୟୁରୋପରେ […]

ମାସୁଦକୁ ନିଷିଦ୍ଧ ଘୋଷଣା କରିବ ୟୁରୋପୀୟ ସଂଘ

masood

Advertisment

ନୂଆଦିଲ୍ଲୀ: ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ତଥା ଜୈଶ୍‌-ଏ-ମହମ୍ମଦ ସଂଗଠନର ମୁଖ୍ୟ ମାସୁଦ ଆଝାରକୁ ନିଷିଦ୍ଧ ଘୋଷଣା କରିବ ୟୁରୋପୀୟ ସଂଘ। ଏନେଇ ଜର୍ମାନୀ ୟୁରୋପିୟନ ୟୁନିୟନରେ ପ୍ରସ୍ତାବ ଆଗତ କରିବ। ଜର୍ମାନୀର ଏହି ପ୍ରସ୍ତାବ ଯଦି କାର୍ଯ୍ୟକାରୀ ହୁଏ, ତେବେ ୟୁରୋପର ୨୮ଟି ଦେଶରେ ମାସୁଦ ଆଝାର ଉପରେ ବ୍ୟାନ୍‌ ଲାଗିବ।

Advertisment

ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦରେ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଚୀନ୍‌ ଖାରଜ କରିଦେଇଥିଲା। କିନ୍ତୁ ଏବେ ୟୁରୋପରେ ଆଝାରକୁ ଘେରିବା ପାଇଁ ଚେଷ୍ଟା ଚଳାଇଛି ଭାରତ। ଏବେ ଏହି ପ୍ରସ୍ତାବକୁ ନେଇ ଜର୍ମାନୀ ୟୁରୋପ ମହାସଂଘର ଅନେକ ଦେଶ ସହ ସମ୍ପର୍କରେ ରହିଛି।

ୟୁରୋପ ମହାସଂଘର ୨୮ ଦେଶ ମାସୁଦ ଆଝାରକୁ ବ୍ୟାନ୍‌ କରିବା ସହ ପାକିସ୍ତାନ ଉପରେ ଚାପ ପକାଇବା ପାଇଁ ଚେଷ୍ଟା କରିବେ। ଏମିତିକି ଜୈଶ୍‌-ଏ-ମହମ୍ମଦ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକିସ୍ତାନ ଉପରେ କୂଟନୈତିକ ଚାପ ପ୍ରୟୋଗ କରାଯିବ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ