kammu
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗରେ ସେନା-ଆତଙ୍କବାଦୀଙ୍କ ଗୁଳି ବିନିମୟ। ଅନନ୍ତନାଗର କୋକରନାଗ ଅଞ୍ଚଳରେ ଗତକାଲି ରାତିରୁ ଗୁଳି ବିନିମୟ ଜାରି ରହିଛି। ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।
କିନ୍ତୁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ। ଫଳରେ ସେନା ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ରାତି ପ୍ରାୟ ଗୋଟାଏରୁ ଏହି ଏନକାଉଣ୍ଟର ଜାରି ରହିଛି।
ତେବେ ଏହି ଘଟଣାରେ କେତେ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଆତଙ୍କବାଦୀ ଥିବା ଅଞ୍ଚଳକୁ ଚାରିପଟୁ ଭାରତୀୟ ସେନା ଘେରି ରହିଛନ୍ତି। ଗତକାଲି ବୁଡ୍ଗାମ ଜିଲ୍ଲାରେ ଏନ୍କାଉଣ୍ଟରରେ ଦୁଇଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/fff-2_1626339823.jpg)