Advertisment

ପାକିସ୍ତାନର ଗ୍ରେନେଡ୍ ମାଡ଼

କାଶ୍ମୀର: ଜମ୍ମୁ ଓ କାଶ୍ମୀରର ସୋପୋର ସହରରେ ଗ୍ରେନେଡ୍ ଆକ୍ରମଣରେ ୨ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସକାଳ ସାଢ଼େ ୧୦ଟା ବେଳେ ଓ୍ୱାରପୋରାର ପୁଲିସ୍‌ ପାର୍ଟି ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ୍‌ ମାଡ଼ କରିଥିଲେ। ଏଥିରେ ଡାଙ୍ଗିବାଚା ଥାନାର ଷ୍ଟେସନ ହାଉସ୍‌ ଅଫିସର ମୁଦାସିର ଅହମ୍ମଦ ଏବଂ ତାଙ୍କ ସହ ଥିବା ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଆକ୍ରମଣ ପରେ ସୋପୋରକୁ ଘେରାଉ କରି ତଲାସି ଅଭିଯାନ ଚାଲିଛି। ଏହାସହ ବାନ୍ଦିପୋରାରର ହାଜିନ, […]

ପାକିସ୍ତାନର ଗ୍ରେନେଡ୍ ମାଡ଼

soldier

Advertisment

କାଶ୍ମୀର: ଜମ୍ମୁ ଓ କାଶ୍ମୀରର ସୋପୋର ସହରରେ ଗ୍ରେନେଡ୍ ଆକ୍ରମଣରେ ୨ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସକାଳ ସାଢ଼େ ୧୦ଟା ବେଳେ ଓ୍ୱାରପୋରାର ପୁଲିସ୍‌ ପାର୍ଟି ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ୍‌ ମାଡ଼ କରିଥିଲେ।
ଏଥିରେ ଡାଙ୍ଗିବାଚା ଥାନାର ଷ୍ଟେସନ ହାଉସ୍‌ ଅଫିସର ମୁଦାସିର ଅହମ୍ମଦ ଏବଂ ତାଙ୍କ ସହ ଥିବା ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଆକ୍ରମଣ ପରେ ସୋପୋରକୁ ଘେରାଉ କରି ତଲାସି ଅଭିଯାନ ଚାଲିଛି। ଏହାସହ ବାନ୍ଦିପୋରାରର ହାଜିନ, ଓ୍ୱାରପୋରା ଏବଂ ବାରାମୁଲ୍ଲାର କଲାନ୍ତରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି।

Advertisment

ସେପଟେ ରାଜୌରୀରେ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସକାଳେ ରାଜୌରୀର ସୀମାବର୍ତ୍ତୀ ସୁନ୍ଦରବଣି ସେକ୍ଟରରେ ପାକିସ୍ତାନ ରେଞ୍ଜରର ଗୁଳି ଓ ମୋର୍ଟାର ମାଡ଼ ଯୋଗୁଁ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ