Advertisment

Election Result 2021: ସତ ହେଉଛି ଏକଜିଟ ପୋଲ ରିପୋର୍ଟ, ଦିଦି ଧରିବେ ବଙ୍ଗର ମଙ୍ଗ ! କେରଳରେ BJP ସ୍ଥିତି ଖରାପ

ନୂଆଦିଲ୍ଲୀ: ଆସିବ ଫୈସଲା। ଜନତା ଜନାର୍ଦ୍ଦନା ବାଛିଛନ୍ତି ନିଜ ପସନ୍ଦର ନେତା। କିଏ ଗାଦି ବଜାୟ ରଖିବ ? ତ ପୁଣି କିଏ କ୍ଷମତାଚ୍ୟୁତ ହେବ। ଏକଜିଟ୍ ପୋଲ୍ ସତ ହେବ ନା ବିହାର ଭଳି ପରିସ୍ଥିତି ଦେଖିବାକୁ ମିଳିବ। କରୋନା…

ଅଦ୍ୟତନ ହୋଇଛି
Election Result 2021: ସତ ହେଉଛି ଏକଜିଟ ପୋଲ ରିପୋର୍ଟ, ଦିଦି ଧରିବେ ବଙ୍ଗର ମଙ୍ଗ ! କେରଳରେ BJP ସ୍ଥିତି ଖରାପ

assembly-2021-12-1

Advertisment

ନୂଆଦିଲ୍ଲୀ: ଆସିବ ଫୈସଲା। ଜନତା ଜନାର୍ଦ୍ଦନା ବାଛିଛନ୍ତି ନିଜ ପସନ୍ଦର ନେତା। କିଏ ଗାଦି ବଜାୟ ରଖିବ ? ତ ପୁଣି କିଏ କ୍ଷମତାଚ୍ୟୁତ ହେବ। ଏକଜିଟ୍ ପୋଲ୍ ସତ ହେବ ନା ବିହାର ଭଳି ପରିସ୍ଥିତି ଦେଖିବାକୁ ମିଳିବ। କରୋନା ମହାମାରୀ ମଧ୍ୟରେ ନିର୍ବାଚନ ସରିଛି।ଆଉ ଆଜି ଆସିବ ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ, କେରଳ ଏବଂ ପୁଡ଼ୁଚେରୀର ବିଧାନସଭା ନିର୍ବାଚନ ଫଳ।ତେବେ ପଶ୍ଚିମବଙ୍ଗ ଉପରେ ରହିଛି ସମସ୍ତଙ୍କ ନଜର। କିଏ ଧରିବ ମଙ୍ଗ। ବିଜେପି ବାଜି ମାରିବ ନା ଦିଦି ପୁଣି ଧରିବେ ମଙ୍ଗ ?

Advertisment

ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ହୋଇଥିବା ଗଣତିରେ ଦିଦିଙ୍କ ମ୍ୟାଜିକ ଦେଖିବାକୁ ମିଳିଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଟ୍ରେଣ୍ଡ ରହିଛି। ତେଣୁ ପଶ୍ଚିମବଙ୍ଗରେ ଟିଏମସି ପୁଣି ସରକାର ଗଠନ କରିବ ବୋଲି ଆଶା ରହିଛି। ଦିନ ଗୋଟାଏ ସୁଦ୍ଧା ଟିଏମସି ୨୦୫ ସିଟରେ ଆଗୁଆ ଥିବା ବେଳେ ବିଜେପି ୮୪ ସିଟରେ ଆଗୁଆ ରହିଛି।

ବିଶେଷ ଭାବେ କୋଲକାତା ଓ ମଧ୍ୟ ବଙ୍ଗ ଅଞ୍ଚଳର ଅନେକ ସିଟରେ ଆଗୁଆ ରହିଛି ଟିଏମସି। ତେବେ ବଙ୍ଗର ହଟ ସିଟ୍ କୁହାଯାଉଥିବା ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ-ବିଜେପିର ପୋଷ୍ଟର ବୟ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ୧୭ ରାଉଣ୍ଡ ଗଣତି ସୁଦ୍ଧା ସୁଭେନ୍ଦୁଙ୍କଠାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୧୫୦୦ ଭୋଟ ଆଗରେ ରହିଛନ୍ତି।

Advertisment

ସେହିଭଳି ଭୋଟ ଗଣନା ଟ୍ରେଣ୍ଡରୁ ଦେଖିବାକୁ ମିଳୁଛି ଯେ, ଆସାମରେ ବିଜେପି ଆଗୁଆ ରହିଛି। ମୋଟ୍ ୧୨୬ଟି ଆସନରୁ ଦିନ ଗୋଟାଏ ସୁଦ୍ଧା ବିଜେପି ୮୦ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ମେଣ୍ଟ ୪୬ଟି ସିଟରେ ଆଗୁଆ ରହିଛି। ତେବେ ବିଜେପିର ଭଲ ପ୍ରଦର୍ଶନକୁ ନେଇ ବେଶ ସନ୍ତୋଷ ପ୍ରକାଶ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ। ସେ କହିଛନ୍ତି ଦଳ ରାଜ୍ୟରେ ସରକାର ଗଠନ କରିବ।

ସେହିଭଳି ତାମିଲନାଡ଼ୁରେ ଏଥର ହେବାକୁ ଯାଉଛି ପରିବର୍ତ୍ତନ। ଡିଏମକେ ଟ୍ରିପଲ୍ ଡିଜିଟରେ ଆଗରେ ରହିଛି। ଦିନ ଗୋଟାଏ ସୁଦ୍ଧର ଡିଏମକେ ୧୧୯ ସିଟରେ ଆଗରେ ରହିଥିବା ବେଳେ ଏଆଇଏଡିଏମକେ ୮୧ ସିଟରେ ଆଗରେ ରହିଛି। ସେହିଭଳି କଂଗ୍ରେସ ୧୨ଟି ସିଟରେ ଆଗୁଆ ରହିଥିବା ବେଳେ ୪ ନମ୍ବର ସ୍ଥାନରେ ରହିଛି ପିଏମକେ। ସେ ୮ଟି ସିଟରେ ଆଗୁଆ ରହିଛି। ତେବେ ବିଜେପି ମାତ୍ର ୪ଟି ସିଟରେ ଆଗୁଆ ରହି ୫ ନମ୍ବର ସ୍ଥାନରେ ରହିଛି। ସେହିପରି ପୁଡୁଚେରୀରେ ମଧ୍ୟ ଏଥର ସରକାର ପରିବର୍ତ୍ତନର ଇସାରା ମିଳୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ