earth
ଶ୍ରୀନଗର: ବଡ଼ଧରଣ ଭୂକମ୍ପ ଝଟକାରେ ଥରିଲା ଲଦାଖ। ଆଜି ଅପରାହ୍ନରେ ଲଦାଖ ଓ ଏହାର ଆପପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୪ ଥିବାରୁ ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି।
ଏନସିଏସ୍ର ସୂଚନା ଅନୁଯାୟୀ, ଅପରାହ୍ନ ୪.୨୭ରେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ର ସ୍ଥଳ ଲେହର ଉତ୍ତର ପୂର୍ବ ଠାରୁ ୧୨୯ କିମି ଦୂର ହୋଇଥିବା ବେଳେ ଭୂପୃଷ୍ଠରେ ଏହାର ଗଭୀରତା ୧୦ କିମି ରହିଥିଲା। ଭୂକମ୍ପ ପରେ ଲେହରେ ଏକାଧିକ ଘରରେ ଫାଟ ଚିହ୍ନ ଦେଖିବାକୁ ମିଳିଛି।
ସେହିପରି ଲୋକମାନେ ଘର ଛାଡ଼ି ଦୀର୍ଘ ସମୟ ଧରି ଖୋଲା ସ୍ଥାନରେ ଆଶ୍ରୟ ନେଇଥିଲେ। ତେବେ ପ୍ରକୃତ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଏହି ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ବୁଧବାର ଜମ୍ମୁ-କଶ୍ମୀରର ଶ୍ରୀନଗରରେ ୩.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/earth_1625297778.jpg)