Iran-General-Daughter-550
ତେହରିନ: ପାଗଳ ଟ୍ରମ୍ପ ଇରାନର ହିରୋ କାସିମ ସୁଲେମାନୀଙ୍କୁ ମାରି ଭାବନି ଯେ, ସବୁ କିଛି ଶେଷ ହୋଇଗଲା। ଏବେ ଠୁ ଆରମ୍ଭ ହେଲା ଆମେରିକାର କଳା ଦିନ। ଇରାନର ମେଜର ଜେନେରାଲ କାସିମ ସୁଲେମାନୀଙ୍କୁ ରବିବାର କବର ଦେବା ପରେ ଆଜି ଇରାନବାସୀ ଏକାଠି ଆମେରିକାକୁ ଏଭଳି ବାର୍ତ୍ତା ଦେଇଛନ୍ତି। ସୁଲେମାନୀଙ୍କ ଝିଅ ଜେଇନବ ସୁଲେମାନୀ ନିଜ ବାପାଙ୍କ ମୃତ୍ୟୁ ଅବସରରେ ଏକାଠି ହୋଇଥିବା ଇରାନବାସୀଙ୍କୁ ଉଦବୋଧନ ଦେବାକୁ ଯାଇ ଏହା କହିଛନ୍ତି।
ଏହି ସମାରୋହରେ ସୁଲେମାନୀଙ୍କୁ ଭଲ ପାଉଥିବା ଲୋକମାନେ ଯୋଗ ଦେଇଥିଲେ। ଅନ୍ତିମଥର ପାଇଁ ୧୯୮୯ରେ ଇସଲାମିକ ରିପବ୍ଲିକର ପ୍ରତିଷ୍ଠାତା ଅୟତୋଲହା ରୁହୋଲ୍ଲାହ ଖୁମେଇନିଙ୍କ ପାଇଁ ଏକାଠି ହୋଇଥିଲେ ଇରାନବାସୀ।
ଇରାନର ମୁଖ୍ୟ ନେତା ଅଲୀ ଖାମେନି ଏବଂ ରାଷ୍ଟ୍ରପତି ହସନ ରୌହାନୀ ଆମେରିକାର ଏହି ଆକ୍ରମଣର ପ୍ରତିଶୋଧ ନେବେ ବୋଲି ସୁଲେମାନୀଙ୍କୁ କବର ଦେବା ବେଳେ ଶପଥ ନେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇରାନର ୫୨ଟି ସ୍ଥାନରେ ଆକ୍ରମଣ କରିବେ ବୋଲି ଗତକାଲି କହିଥିଲେ। ସେ ଯୁଦ୍ଧ ପାଇଁ ଆହ୍ୱାନ କରୁନାହାନ୍ତି। ସୁଲେମାନୀ ଅନେକ ଆକ୍ରମଣରେ ସାମିଲ ଥିବାରୁ ତାଙ୍କୁ ହତ୍ୟା କରିଛି ବୋଲି ଟ୍ରମ୍ପ କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Iran-General-Daughter-550_1626689291.jpg)