Advertisment

'ପାକିସ୍ତାନ ନିଜେ ଆତ୍ମ ଧ୍ୱଂସକାରୀ ବାଟରେ'

ନୂଆଦିଲ୍ଲୀ : ପାକିସ୍ତାନକୁ ନିୟନ୍ତ୍ରଣ କରିବା ଦରକାର ନାହିଁ, ଏହି ଦେଶ ନିଜେ ଧ୍ୱଂସ ହେବା ରାସ୍ତାରେ ଆଗେଇ ଚାଲିଛି ବୋଲି ସେନାଧ୍ୟକ୍ଷ ବିପିନ ରାୱତ କହିଛନ୍ତି। ଜେନେରାଲ ରାୱତ କହିଛନ୍ତି, ପାକିସ୍ତାନ ନିଜେ ନିଜେ ଏବେ ନିୟନ୍ତ୍ରଣରୁ ବାହାରକୁ ଯିବା ଆରମ୍ଭ କରିଛି। ସେ ଆହୁରି ମଧ୍ୟ କହିଛନ୍ତି, “ପାକିସ୍ତାନ ନିଜେ ଧୀରେ ଧୀରେ ନିୟନ୍ତ୍ରଣ ହରାଇବା ଆରମ୍ଭ କରିଛି। ବୋଧହୁଏ ଆମକୁ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବନି। ଏହା ଆତ୍ମଧ୍ୱଂସକାରୀ ମୋଡ୍‌ରେ ଅଛି।” ଧାରା […]

'ପାକିସ୍ତାନ ନିଜେ ଆତ୍ମ ଧ୍ୱଂସକାରୀ ବାଟରେ'

pak

Advertisment

ନୂଆଦିଲ୍ଲୀ : ପାକିସ୍ତାନକୁ ନିୟନ୍ତ୍ରଣ କରିବା ଦରକାର ନାହିଁ, ଏହି ଦେଶ ନିଜେ ଧ୍ୱଂସ ହେବା ରାସ୍ତାରେ ଆଗେଇ ଚାଲିଛି ବୋଲି ସେନାଧ୍ୟକ୍ଷ ବିପିନ ରାୱତ କହିଛନ୍ତି। ଜେନେରାଲ ରାୱତ କହିଛନ୍ତି, ପାକିସ୍ତାନ ନିଜେ ନିଜେ ଏବେ ନିୟନ୍ତ୍ରଣରୁ ବାହାରକୁ ଯିବା ଆରମ୍ଭ କରିଛି।

Advertisment

ସେ ଆହୁରି ମଧ୍ୟ କହିଛନ୍ତି, “ପାକିସ୍ତାନ ନିଜେ ଧୀରେ ଧୀରେ ନିୟନ୍ତ୍ରଣ ହରାଇବା ଆରମ୍ଭ କରିଛି। ବୋଧହୁଏ ଆମକୁ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବନି। ଏହା ଆତ୍ମଧ୍ୱଂସକାରୀ ମୋଡ୍‌ରେ ଅଛି।”

ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ସୁରକ୍ଷା ସ୍ଥିତି ନେଇ ସେ କହିଛନ୍ତି, ସୁରକ୍ଷା କର୍ମୀ ମିଳିତ ଭାବେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିପାରିଛନ୍ତି। ଜେନେରାଲ ରାୱତ କହିଛନ୍ତି, “ଆର୍ମି, ଅର୍ଦ୍ଧସାମରିକ ବାହିନୀ, ସ୍ଥାନୀୟ ପୁଲିସ୍ ଏବଂ ଗୁଇନ୍ଦା ସଂସ୍ଥା ଏକାଠି କାମ କରୁଛନ୍ତି। ସୁରକ୍ଷା ସଂସ୍ଥା ନିଶ୍ଚିତ କରିଛନ୍ତି ଶ୍ରେୟ କାହାରିକୁ ଏକାକି ଯିବ ନାହିଁ। ସେଥିପାଇଁ ସମସ୍ତେ ମିଳିତ ଭାବେ କାମ କରୁଛନ୍ତି।”

Advertisment

କଶ୍ମିରୀଙ୍କ ସହ ସମ୍ପର୍କକୁ ନେଇ କହିଛନ୍ତି, “ଆପଣ ଜାଣିକରି ଆଶ୍ଚର୍ଯ୍ୟ ହେବେ ବିଭିନ୍ନ ସମୟରେ ଅନୁପ୍ରବେଶକାରୀ ସୀମା ଭିତରକୁ ପଶିଆସିଥା’ନ୍ତି, ସେତେବେଳେ ସ୍ଥାନୀୟ ଲୋକେ ହିଁ ସେହି ବିଷୟରେ ଆମକୁ ଜଣାଇଥା’ନ୍ତି। ଲୋକେ ଆମ ସହ ନାହାନ୍ତି କହିବା ଭୁଲ କଥା। କେବଳ କିଛି ପଥଭ୍ରଷ୍ଟ ଏପରି କରିନଥା’ନ୍ତି।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ