Advertisment

ଆରପାରିରେ ଟିମ୍ ଇଣ୍ଡିଆର ପୂର୍ବତନ ବକ୍ସର ଡିଙ୍ଗକୋ ସିଂ

ନୂଆଦିଲ୍ଲୀ: ଆରପାରିରେ ଟିମ୍ ଇଣ୍ଡିଆର ପୂର୍ବତନ ବକ୍ସର ଡିଙ୍ଗକୋ ସିଂ । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା । ଡିଙ୍ଗକୋ ବହୁ ବର୍ଷ ଧରି ବକ୍ସିଂରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି…

ଅଦ୍ୟତନ ହୋଇଛି
ଆରପାରିରେ ଟିମ୍ ଇଣ୍ଡିଆର ପୂର୍ବତନ ବକ୍ସର ଡିଙ୍ଗକୋ ସିଂ

Dingko

Advertisment

ନୂଆଦିଲ୍ଲୀ: ଆରପାରିରେ ଟିମ୍ ଇଣ୍ଡିଆର ପୂର୍ବତନ ବକ୍ସର ଡିଙ୍ଗକୋ ସିଂ । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା । ଡିଙ୍ଗକୋ ବହୁ ବର୍ଷ ଧରି ବକ୍ସିଂରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି । ୧୯୯୮ ବ୍ୟାକଂକ୍ ଏସିଆନ୍ ଗେମସରେ ସେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Advertisment

ମଣିପୁରର ଡିଙ୍ଗକୋ ସିଂଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଗତବର୍ଷ ମେ’ ମାସରେ ଡିଙ୍ଗକୋ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆରୋଗ୍ୟ ହୋଇଥିଲେ । ଗତବର୍ଷ ଲିଭର କ୍ୟାନସର ଚିକିତ୍ସା ପାଇଁ ତାଙ୍କୁ ଇମ୍ପାଲରୁ ଦିଲ୍ଲୀ ଅଣାଯାଇଥିଲା ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଡିଙ୍ଗକୋଙ୍କ ମୃତ୍ୟୁରେ ଭାରତ ଜଣେ ମହାନ୍ ବକ୍ସରଙ୍କୁ ହରାଇଲା ଦେଶରେ ବକ୍ସିଂକୁ ଲୋକପ୍ରିୟ କରିବାରେ ତାଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜଜୁ, ବକ୍ସର ବିଜେନ୍ଦର ସିଂ ମଧ୍ୟ ଡିଙ୍ଗକୋ ସିଂଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।

Dingko
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ