Advertisment

ଦିଲ୍ଲୀପ କୁମାରଙ୍କର ଆଉ ଜଣେ ସାନ ଭାଇଙ୍କର ଦେହାନ୍ତ

ମୁମ୍ବାଇ: ଭେଟେରାନ୍ ଅଭିନେତା ଦିଲୀପ କୁମାରଙ୍କ ସାନ ଭାଇ ଏହସାନ୍ ଖାନଙ୍କର ଆଜି ପରଲୋକ ହୋଇଛି। ୯୨ ବର୍ଷୀୟ ଏହସାନ୍ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ଏବଂ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। Dilip Saab’s youngest brother Ehsan Khan, passed away few hours ago. Earlier, youngest brother, Aslam had passed away. We are from God […]

ଦିଲ୍ଲୀପ କୁମାରଙ୍କର ଆଉ ଜଣେ ସାନ ଭାଇଙ୍କର ଦେହାନ୍ତ

dilip

Advertisment

ମୁମ୍ବାଇ: ଭେଟେରାନ୍ ଅଭିନେତା ଦିଲୀପ କୁମାରଙ୍କ ସାନ ଭାଇ ଏହସାନ୍ ଖାନଙ୍କର ଆଜି ପରଲୋକ ହୋଇଛି। ୯୨ ବର୍ଷୀୟ ଏହସାନ୍ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ଏବଂ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Advertisment

https://twitter.com/TheDilipKumar/status/1301361028974870530?s=20

କିଛି ଦିନ ତଳେ ଦିଲୀପ କୁମାରଙ୍କ ଆଉ ଜଣେ ସାନ ଭାଇ ଅସଲମ୍ ଖାନଙ୍କର ମଧ୍ୟ କରୋନାରେ ଦେହାନ୍ତ ହୋଇଥିଲା। ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅସଲମ୍ ଅଗଷ୍ଟ ୨୧ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। କିନ୍ତୁ ଏହସାନ୍ ତାଙ୍କଠାରୁ ୧୦ ବର୍ଷ ବଡ଼ ଥିଲେ। ଏହସାନଙ୍କ ମୃତ୍ୟୁ ଖବର ଦିଲୀପ କୁମାରଙ୍କ ଟୁଇଟର୍ ଆକାଉଣ୍ଟରେ ପୋଷ୍ଟ କରାଯାଇଛି।

ରିପୋର୍ଟ ମୁତାବକ, ଉଭୟ ଏହସାନ୍ ଓ ଅମଲମଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ପରେ ଦିଲୀପ କୁମାରଙ୍କ ପତ୍ନୀ ସାଏରା ବାନୋ ସେମାନଙ୍କୁ ହସ୍ପିଟାଲରେ ଆଡମିଟ୍‌ କରାଇଥିଲେ। ଉଭୟ ଭାଇଙ୍କର ବ୍ଲଡ୍ ପ୍ରେସର୍ ସମସ୍ୟା ଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କୁ ପାର୍କିସନ୍ ସିଣ୍ଡ୍ରୋମରେ ଆକ୍ରାନ୍ତ ଥିଲେ। ଉଭୟଙ୍କୁ ନନ୍ ଇନଭେସିଭ୍ ଭେଣ୍ଟିଲେଟରରେ ରଖାଯାଇଥିଲା। ଦିଲୀପ କୁମାର କରୋନାଭାଇରସ୍ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମ୍ପୂର୍ଣ୍ଣ ଭାବେ ଆଇସୋଲେସନ୍ ଓ କ୍ୱାରେଣ୍ଟିନରେ ରହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ