Advertisment

ଆକାଶରେ ୨ଟି ସୂର୍ଯ୍ୟ ! ସୋସିଆଲ୍‌ ମିଡିଆରେ ଭାଇରାଲ୍‌

ନୂଆଦିଲ୍ଲୀ: ସମାନ ସମୟରେ ଆକାଶରେ ଦୃଶ୍ୟମାନ ହେଲା ୨ଟି ସୂର୍ଯ୍ୟ ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ, ଏବେ ସୋସିଆଲ୍‌ ମିଡିଆରେ ଏମିତି କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଆମେରିକା-କାନାଡା ସୀମାରେ ଏହି ବିରଳ ଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା ବୋଲି କୁହାଯାଉଛି। ଜୁନ୍‌ ୨୧ରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଦିନ ଏହି ଫଟୋ ଭାଇରାଲ ହୋଇଛି। ଏହି ଫଟୋ ଗୁଡ଼ିକ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାସହ ଦାବି କରାଯାଇଛି ଯେ, ସମାନ […]

ଆକାଶରେ ୨ଟି ସୂର୍ଯ୍ୟ ! ସୋସିଆଲ୍‌ ମିଡିଆରେ ଭାଇରାଲ୍‌

sun

Advertisment

ନୂଆଦିଲ୍ଲୀ: ସମାନ ସମୟରେ ଆକାଶରେ ଦୃଶ୍ୟମାନ ହେଲା ୨ଟି ସୂର୍ଯ୍ୟ ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ, ଏବେ ସୋସିଆଲ୍‌ ମିଡିଆରେ ଏମିତି କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଆମେରିକା-କାନାଡା ସୀମାରେ ଏହି ବିରଳ ଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା ବୋଲି କୁହାଯାଉଛି। ଜୁନ୍‌ ୨୧ରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଦିନ ଏହି ଫଟୋ ଭାଇରାଲ ହୋଇଛି।

ଏହି ଫଟୋ ଗୁଡ଼ିକ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାସହ ଦାବି କରାଯାଇଛି ଯେ, ସମାନ ସମୟରେ ଆକାଶରେ ୨ଟି ସୂର୍ଯ୍ୟ ଦେଖିବାକୁ ମିଳିଥିଲା। ଗୋଟିଏ ସୂର୍ଯ୍ୟ ଓ ଅନ୍ୟଟି ଜହ୍ନ ଥିଲା ବୋଲି ମଧ୍ୟ କିଛି ଲୋକ  କହିଛନ୍ତି। ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ଘଟଣା Moon Hunters ଭାବରେ ଜଣାଶୁଣା। ଯେତେବେଳେ ପୃଥିବୀ ଏହାର ଅକ୍ଷ ପରିବର୍ତ୍ତନ କରେ ସେତେବେଳେ ଏହି ବିରଳ ଜାଗତିକ ଘଟଣା ଘଟେ ଯାହା ଅତି ସୁନ୍ଦର ବୋଲି କୁହାଯାଉଛି।

ଆଉ କିଛି ଲୋକ ଭାଇରାଲ ହୋଇଥିବା ଏହି ଫଟୋ କିଛି ବର୍ଷ ପୂର୍ବର ବୋଲି କହୁଥିବାବେଳେ ଆଉ କେତେକ କହିଛନ୍ତି ଏହି ଦୃଶ୍ୟ ଚଳିତ ବର୍ଷ ଜୁନ୍‌ ୨୧ ଅର୍ଥାତ୍‌ ସୂର୍ଯ୍ୟପରାଗ ଦିନ ଦେଖିବାକୁ ମିଳିଥିଲା।

ପ୍ରକୃତରେ ଏଭଳି କିଛି ଘଟଣା ଘଟିଥିଲା ନା ନାହିଁ ? ଯଦି ଘଟିଥିଲା, ଏହା ଏବେ ନା କିଛି ବର୍ଷ ତଳର ଘଟଣା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହାସହ ଏହି ଘଟଣାକୁ ନେଇ କୌଣସି ପ୍ରମାଣ ମଧ୍ୟ ମିଳିନାହିଁ। ତେବେ ଘଟଣାଟି, ଯାହା ହେଉନା କାହିଁକି ଏହି ଘଟଣାକୁ ଦେଖିଲା ପରେ ଲୋକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

Advertisment
Solar Eclipse Sun Viral News Solar Eclipse 2020 Suns Viral In Social Media News Viral Photo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ