susanta
ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହୋଇସାରିଛି ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପାର୍ଥିବ ଶରୀର। ମୁମ୍ବାଇ ଭିଲେପାର୍ଲେସ୍ଥିତ ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜଣେ ୩୪ ବର୍ଷୀୟ ଯୁବ କଳାକାର, ଜଣେ ଜିନ୍ଦା ଦିଲ୍ ଲୋକ ଯେ ଏପରି ଆତ୍ମହତ୍ୟା କରିପାରେ, ଏକଥାକୁ କେହି ବିଶ୍ୱାସ କରିପାରୁ ନାହିଁନ୍ତି।
ସୁଶାନ୍ତଙ୍କ ସିଂହଙ୍କ ଆତ୍ମହତ୍ୟା ପୋଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ, ସୁଶାନ୍ତଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। କିନ୍ତୁ ପୋଲିସ ଏହି ଆତ୍ମହତ୍ୟା ଘଟଣାର ତଦନ୍ତ ଜାରି ରଖିଛି। ପ୍ରଶ୍ନ ଉଠୁଛି, ସୁଶାନ୍ତ ଏଭଳି ପଦକ୍ଷେପ ନେବାକୁ କ’ଣ ପାଇଁ ବାଧ୍ୟ ହୋଇଥିଲେ।
ପୋଲିସ ଏହି ହାଇ ପ୍ରୋଫାଇଲ୍ ମାମଲାର ତଦନ୍ତ ଜୋରସୋରରେ କରିବାରେ ଲାଗିଛି। ଏହି ଘଟଣାରେ ପୋଲିସ ୬ଜଣଙ୍କୁ ପଚରାଉଚରା କରି ସେମାନଙ୍କର ବୟାନ ରେକର୍ଡ କରିଛି। ସେମାନେ ହେଉଛିନ୍ତି ସୁଶାନ୍ତଙ୍କ ଭଉଣୀ, ତାଙ୍କର ଜଣେ କୁକ୍, ସୁଶାନ୍ତଙ୍କ ଦୁଇ ମ୍ୟାନେଜର, ତାଙ୍କ ବନ୍ଧୁ ତଥା ମହେଶ ଶେଟ୍ଟୀ ଓ ଚାବି ବାଲା। ପୋଲିସର କହିବା ଅନୁଯାୟୀ, ମହେଶ ଶେଟ୍ଟୀଙ୍କୁ ଶେଷ ଫୋନ୍ କରିଥିଲେ ସୁଶାନ୍ତ ସିଂହ ରାଜପୁତ୍।
ସୂଚନାଥାଉକି, ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୁତ୍ଙ୍କ ଅକସ୍ମାତ ବିୟୋଗରେ ଯେମିତି ଭାଙ୍ଗିପଡ଼ିଛି ସାରା ଦେଶ। ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି। ତେବେ ଏପରି ସମୟରେ ତାଙ୍କ ପରିବାରକୁ ଆଉ ଏକ ଦୁଃଖ। ସୁଶାନ୍ତଙ୍କ ଏପରି ଅକାଳ ବିୟୋଗକୁ ସହି ନ ପାରି ଆଖି ବୁଜିଛନ୍ତି ସୁଶାନ୍ତଙ୍କ ପରିବାରର ଆଉଜଣେ ସଦସ୍ୟ। ସେ ହେଉଛନ୍ତି ସୁଶାନ୍ତଙ୍କ ଭାଉଜ ସୁଧା।
ଗୋଟିଏ ପଟେ ଚାଲିଥିଲା ସୁଶାନ୍ତଙ୍କର ଅନ୍ତିମ ସଂସ୍କାର, ଅନ୍ୟପଟେ ବିହାରରେ ରହୁଥିବା ତାଙ୍କର ଭାଉଜ ପ୍ରାଣ ହରାଇଥିଲେ। ଖବର ଅନୁଯାୟୀ, ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେ ଖାଇବା ପିଇବା ଛାଡ଼ି ଦେଇଥିଲେ।
ସୁଶାନ୍ତଙ୍କ ଦାଦା ପୁଅ ଭାଇଙ୍କ ପତ୍ନୀ ହେଉଛନ୍ତି ସୁଧା। ସେ ବିହାରର ପୁର୍ଣ୍ଣିୟାରେ ରହୁଥିଲେ। ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ପାଇବା ପରେ ତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା। ସେ ଖାଇବା-ପିଇବା ଛାଡ଼ି ଦେଇଥିଲେ। ଯେଉଁ ସମୟରେ ମୁମ୍ବଇରେ ସୁଶାନ୍ତଙ୍କୁ ଶେଷ ବିଦାୟ ଦିଆଯାଉଥିଲା, ଠିକ୍ ସେହି ସମୟରେ ପୁର୍ଣ୍ଣିୟାରେ ସୁଧା ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏହି ଘଟଣା ପରେ ତାଙ୍କ ପରିବାରରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି।
ବଲିଉଡ୍ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବହୁ ରାଜନେତା ଶୋକପ୍ରକାଶ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/susanta-2_1626696936.jpg)