ssssssssssssssssssssssss
ନୂଆଦିଲ୍ଲୀ: ଏବେ କ୍ରିକେଟରୁ ଅବସର ନେଉନାହାନ୍ତି ମହେନ୍ଦ୍ର ସିଂ ଧୋନୀ। ଟିମ୍ ଇଣ୍ଡିଆର ଏହି ଭେଟେରାନଙ୍କର ବର୍ତ୍ତମାନ କ୍ରିକେଟରୁ ଅବସର ନେବାର କୌଣସି ଯୋଜନା ନାହିଁ । ବିସିସିଆଇର ଜଣେ ଅଧିକାରୀଙ୍କ ଉକ୍ତିକୁ ଉଦ୍ଧାର କରି ଖବର ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ।
ଧୋନୀ ଆସନ୍ତା ୨ ମାସ ପାଇଁ କ୍ରିକେଟରୁ ଦୂରେଇ ରହିବେ। ଏଥିପାଇଁ ସେ ୱେଷ୍ଟଇଣ୍ଡିଜ୍ ଟୁର୍ରୁ ଓହରି ଯାଇଛନ୍ତି ବୋଲି ଉକ୍ତ ଅଧିକାରୀ ଜଣକ ସୂଚନା ଦେଇଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ମାହି ଭାରତୀୟ ସେନାର ପାରାମିଲିଟାରୀ ରେଜିମେଣ୍ଟରେ ଦୁଇ ମାସ ପାଇଁ କାମ କରିବେ । ଧୋନୀ ଟେରିଟୋରିଆଲ୍ ଆର୍ମିର ପାରାଚ୍ୟୁଟ୍ ରେଜିମେଣ୍ଟରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଛନ୍ତି ।
ବିଶ୍ୱକପ୍ ପୂର୍ବରୁ ରେଜିମେଣ୍ଟରେ ୨ ମାସ କାମ କରିବେ ବୋଲି ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ତାଙ୍କ ନିଷ୍ପତ୍ତି ସମ୍ପର୍କରେ କ୍ୟାପଟେନ୍ ବିରାଟ କୋହଲି ଏବଂ ସିଲେକ୍ସନ୍ କମିଟି ଚେୟାରମ୍ୟାନ୍ MSK ପ୍ରସାଦଙ୍କୁ ଜଣାଇ ଦିଆଯାଇଛି ବୋଲି ବିସିସିଆଇ ଅଧିକାରୀ ସୂଚନା ଦେଇଛନ୍ତି।
ଆସନ୍ତା ମାସ ୩ ତାରିଖରୁ ଭାରତର ୱେଷ୍ଟଇଣ୍ଡିଜ ଟୁର୍ ଆରମ୍ଭ ହେଉଛି । ଏଥିପାଇଁ ଆସନ୍ତାକାଲି ବିସିସିଆଇର ସିଲେକ୍ସନ କମିଟି ବୈଠକ ବସିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ssssssssssssssssssssssss_1625922836.jpg)