Advertisment

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ୍ ଅବଧି ପୁଣି ବଢିଲା

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ୍ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।  ଡାଇରକ୍ଟରେଟ ଜେନେରାଲ ଅଫ ସିଭିଲ ଅଭିଏସନ (DGCA) ଏହି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ୍ ଅବଧିକୁ ଏପ୍ରିଲ ୩୦ ଯାଏଁ ବଢାଇ ଦେଇଛନ୍ତି। ଫଳରେ ଏପ୍ରିଲ୍‌ ୩୦ ତାରିଖ ଯାଏ ନିୟମିତ ଯାତ୍ରୀବାହୀ ପ୍ଲେନ ଭାରତରୁ ବିଦେଶକୁ ଚଳାଚଳ କରିବ ନାହିଁ। ତେବେ ଏହି କଟକଣା ସମସ୍ତ ମାଲ ପରିବହନ ବିମାନ ତଥା DGCA ଦ୍ୱାରା […]

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ୍ ଅବଧି ପୁଣି ବଢିଲା

flight

Advertisment

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ୍ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।  ଡାଇରକ୍ଟରେଟ ଜେନେରାଲ ଅଫ ସିଭିଲ ଅଭିଏସନ (DGCA) ଏହି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ୍ ଅବଧିକୁ ଏପ୍ରିଲ ୩୦ ଯାଏଁ ବଢାଇ ଦେଇଛନ୍ତି। ଫଳରେ ଏପ୍ରିଲ୍‌ ୩୦ ତାରିଖ ଯାଏ ନିୟମିତ ଯାତ୍ରୀବାହୀ ପ୍ଲେନ ଭାରତରୁ ବିଦେଶକୁ ଚଳାଚଳ କରିବ ନାହିଁ।

Advertisment

ତେବେ ଏହି କଟକଣା ସମସ୍ତ ମାଲ ପରିବହନ ବିମାନ ତଥା DGCA ଦ୍ୱାରା ସ୍ୱତନ୍ତ୍ର ଭାବେ ଅନୁମୋଦିତ ବିମାନ ଗୁଡିକରେ ଲାଗୁ ହେବ ନାହିଁ। ପରିସ୍ଥିତିକୁ ଦେଖି କେତେକ ସ୍ୱତନ୍ତ୍ର ରୁଟ୍‌ରେ ବିମାନ ଚଳାଚଳ ପାଇଁ ଅନୁମତି ମିଳିପାରେ ବୋଲି  DGCA ପକ୍ଷରୁ କୁହାଯାଇଛି।

ଏଠି କହିରଖିବୁ, କରୋନା ଭାଇରସକୁ ଦୃଷ୍ଟିରେ ରଖି ଗତବର୍ଷ ମାର୍ଚ୍ଚ ୨୩ ତାରିଖରୁ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ବାତିଲ କରାଯାଇଥିଲା। ସେହିଦିନଠାରୁ ଏହାର ଅବଧି ଏକାଧିକବାର ବୃଦ୍ଧି କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ