delhiiii
ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀ ଓ NCRରେ ଆଜି ହଠାତ ପାଗ ବଦଳି ଯାଇଥିଲା। କେଉଁଠି ଥିଲା କେଜାଣି ହଠାତ୍ ଧୂଳିଝଡ଼ ସହ ବର୍ଷା ମାଡ଼ି ଆସିଲା। ଗୋଟିଏ ମୁହୂର୍ତ୍ତ ପାଇଁ ଲାଗିଲା ଯେମିତି ରାତି ଆସିଗଲା କି !
ଆଜି ପୂର୍ବାହ୍ନ ୧୧ ଟାରେ ଦିଲ୍ଲୀ ଓ ଏହାର ଆଖପାଖ ଇଲାକାର ପାଗ ହଠାତ୍ ବଦଳି ଯାଇଥିଲା। ଅନ୍ଧାର ମାଡ଼ି ଆସିବା ସହ ରାସ୍ତାଘାଟ କିଛି ଦେଖା ଯାଇ ନ ଥିଲା। ଚାରିଆଡେ ଧୂଳି ଉଡିବାକୁ ଲାଗିଲା। ପରେ ବର୍ଷା ମଧ୍ୟ ହୋଇଥିଲା। କୁଆପଥର ମାଡ଼ ହୋଇଥିଲା ।
ବର୍ଷା ଯୋଗୁଁ ଦିଲ୍ଲୀ-ଏନ୍ସିଆରରେ ତାପମାତ୍ରା ହ୍ରାସ ପାଇଛି । ଧୂଳି ଝଡ଼ ପରେ ପରେ କଳା ବାଦଲ ଘୋଟି ଆସିବାରୁ ରାତି ଭଳି ଅନୁଭୂତ ହୋଇଥିଲା । ପଶ୍ଚିମ ଦିଗରୁ ବାୟୁ ପ୍ରବାହ ଯୋଗୁଁ ଧୂଳିଝଡ଼ ହୋଇଛି ବୋଲି କୁହାଯାଇଛି।
ଏଥିଯୋଗୁ ଦିଲ୍ଲୀ, ଗୁରୁଗ୍ରାମ, ଗାଜିଆବାଦ ଓ ନୋଏଡ଼ା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆସନ୍ତା ୩ ଦିନ ଯାଏ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/delhiiii_1626693587.jpg)