delhi
ନୂଆଦିଲ୍ଲୀ : ଆଗକୁ ବିଧାନସଭା ନିର୍ବାଚନ । ସେଥିପାଇଁ ମାହୋଲ ସରଗରମ୍ । ଭୋଟରକୁ ଆପଣେଇବା ପାଇଁ ନୂଆ ତରିକା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଜାରି କରିଛନ୍ତି ଗ୍ୟାରେଣ୍ଟି କାର୍ଡ। ରାଜ୍ୟରେ କ୍ଷମତାକୁ ଆସିଲେ ୧୦ଟି କାମ ନିଶ୍ଚିତ କରିବେ ବୋଲି କେଜରିଓ୍ୱାଲ ଗ୍ୟାରେଣ୍ଟି ଦେଇଛନ୍ତି।
ଦିଲ୍ଲୀବାସୀଙ୍କୁ ମାଗଣା ବିଜୁଳି ଯୋଗାଣ, ୨୪ ଘଣ୍ଟାର ପାଣି ଯୋଗାଣ, ମାଗଣା ବସ୍ ଯାତ୍ରା ଓ ପ୍ରତ୍ୟେକ ଶିଶୁଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ଯୋଗାଇଦେବାକୁ କେଜରିଓ୍ୱାଲ ଗ୍ୟାରେଣ୍ଟି ଦେଇଛନ୍ତି।
ଏହାସହ ଦିଲ୍ଲୀକୁ ପ୍ରଦୂଷଣ ମୁକ୍ତ କରିବା, ଯମୁନା ନଦୀ ସଫା କରିବା ଓ ପ୍ରତ୍ୟେକ ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇଦେବାକୁ କେଜରିଓ୍ୱାଲ ଗ୍ୟାରେଣ୍ଟି ଦେଇଛନ୍ତି। ନିର୍ବାଚନ ଆଉ ୧୯ ଦିନ ଥିବାବେଳେ କେଜରିଓ୍ୱାଲ ଦଶଟି ଆବଶ୍ୟକତା ପୂରଣ ଲାଗି ଗ୍ୟାରେଣ୍ଟି ଦେଇଛନ୍ତି। ଗତ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୭୦ରୁ ୬୭ଟିରେ ବିଜୟୀ ହୋଇଥିଲା । ତେବେ ଏଥର ପୁରା ୭୦ରୁ ୭୦ ଜିତିବା ଲାଗି ଯୋଜନା କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/delhi-1_1626690262.jpg)