dr
ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ବରିଷ୍ଠ ଡାକ୍ତର ଅସୀମ ଗୁପ୍ତାଙ୍କ ମୃତ୍ୟୁକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଅନିଲ ବୈଜଲ (LG Anil Baijal) ଦୁଃଖ ପ୍ରକାଶ କରିଛନ୍ତି। ଡାକ୍ତର ଗୁପ୍ତା ଦିଲ୍ଲୀ ସରକାରଙ୍କ ସବୁଠୁ ବଡ଼ ହସ୍ପିଟାଲ ଏଲ୍ଏନ୍ଜିପି (LNGP)ର ଆନାସ୍ଥାସିଆ ବିଭାଗର ଜଣେ ବରିଷ୍ଠ ଡାକ୍ତର ଥିଲେ। ଗତକାଲି ତାଙ୍କର କରୋନାରେ ମୃତ୍ୟୁ ଘଟିଥିଲା।
ଦିଲ୍ଲୀର ଉପ-ରାଜ୍ୟପାଳ ଓ ସିଏମ୍ ଆଜି ଡକ୍ଟର ଗୁପ୍ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ପରିବାରକୁ ୧କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ "ସମାଜ ଏକ ଅମୂଲ୍ୟ ଯୋଦ୍ଧାଙ୍କୁ ହରାଇଛି।" ୫୨ ବର୍ଷୀୟ ଡାକ୍ତର ଗୁପ୍ତା କୋଭିଡ-୧୯ ମହାମାରୀର ଚିକିତ୍ସା ପାଇଁ ଡ୍ୟୁଟିରେ କାମ କରୁଥିଲେ। ଗତକାଲି ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ତାଙ୍କର ମୃତ୍ୟୁ ହୋଇଥିଲା।
କେଜ୍ରିୱାଲ କହିଛନ୍ତି, "ଡାକ୍ତର ଗୁପ୍ତା ଜଣେ ବରିଷ୍ଠ ଡାକ୍ତର ଥିଲେ। ଗତ କିଛି ମାସରୁ ଆଇସିୟୁରେ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା କରୁଥିଲେ। ତାଙ୍କର ସହକର୍ମୀମାନେ ତାଙ୍କର ଉତ୍ସର୍ଗୀକୃତ ଭାବନା ଓ ରୋଗୀମାନଙ୍କ ସେବା ପାଇଁ ଗୁପ୍ତାଙ୍କୁ ପ୍ରଶଂସା କରିଛନ୍ତି। ଡାକ୍ତର ଗୁପ୍ତାଙ୍କ ପତ୍ନୀ ମଧ୍ୟ ଜଣେ ଡାକ୍ତର। ସେ ମଧ୍ୟ ଗତ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ କରୋନାକୁ ମାତ୍ ଦେଇ ସେ ସୁସ୍ଥ ହୋଇଥିଲେ। କେବଳ ସେହିଭଳି ଡାକ୍ତରମାନଙ୍କ ପାଇଁ ଆମେ କୋଭିଡ-୧୯ ମହାମାରୀ ସହିତ ଲଢ଼େଇ କରିବାକୁ ସକ୍ଷମ ହେଉଛୁ। ସେ ଆମ ପାଇଁ ପ୍ରେରଣା। ମାନବିକତା ଦୃଷ୍ଟିରୁ ଆମେ ସେମାନଙ୍କ ସେବା ଭାବନାକୁ ପ୍ରଣାମ କରୁଛୁ। ସମ୍ମାନପୂର୍ବକ ଦିଲ୍ଲୀ ସରକାର ଡାକ୍ତର ଗୁପ୍ତାଙ୍କ ପରିବାରକୁ ୧କୋଟି ଟଙ୍କା ପ୍ରଦାନ କରୁଛୁ।’
କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ ଏହି ରାଶି କାହାର ଅମୂଲ୍ୟ ଜୀବନ ପାଇଁ ଅଳ୍ପ ପରିମାଣ। ଏହି ରାଶି ଦେଶର ସାଧାରଣ ଜନତା ତଥା ଦିଲ୍ଲୀବାସୀଙ୍କ ତରଫରୁ ଡାକ୍ତରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସେବା ପାଇଁ ଦିଲ୍ଲୀ ସରକାର ପ୍ରଦାନ କରିବେ। ଆଜି ସକାଳୁ LNJP ହସ୍ପିଟାଲର ମେଡିକାଲ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଡାକ୍ତରଙ୍କ ସମ୍ମାନାର୍ଥେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।
ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲ ମଧ୍ୟ ଟ୍ୱିଟ କରି ଡାକ୍ତରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, "କୋଭିଡ -୧୯ ବିରୋଧରେ କ୍ରମାଗତ ଭାବରେ ସେବା କରୁଥିଲେ। LNJP ହସ୍ପିଟାଲର ଡାକ୍ତର ଅସୀମ ଗୁପ୍ତାଙ୍କ ମୃତ୍ୟୁରେ ମୁଁ ଦୁଃଖିତ। ସେ ଜଣେ ମହାନ ଯୋଦ୍ଧା ଥିଲେ। ଯିଏକି କରୋନା ବିରୋଧରେ ଲଢ଼େଇ କରିବା ପାଇଁ ଆଗଧାଡ଼ିର ଛିଡା ହୋଇ କାର୍ଯ୍ୟ କରୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ଗର୍ବିତ କରିବାର ସୁଯୋଗ ଦେଇଛନ୍ତି। ତାଙ୍କ ପରିବାର ପ୍ରତି ମୋର ସମବେଦନା।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/dr_1626697750.jpg)