lac
ନୂଆଦିଲ୍ଲୀ: ମେ ମାସରେ ଚାଇନା ଭାରତର ସୀମା ଭିତରେ ପ୍ରବେଶ କରିଥିଲା। ଏହାକୁ ସ୍ୱୀକାର କରିଛି ପ୍ରତିରକ୍ଷାମନ୍ତ୍ରାଳୟ। ଏନେଇ ମନ୍ତ୍ରାଳୟର ୱେବ୍ସାଇଟ୍ରେ ଏକ ତଥ୍ୟ ମଧ୍ୟ ଅପ୍ଲୋଡ୍ ହୋଇଥିଲା। କିନ୍ତୁ ଏନେଇ ବିବାଦ ଉପୁଜିବା ପରେ ଆଜି ହଠାତ୍ ଏହି ତଥ୍ୟକୁ ପ୍ରତିରକ୍ଷା ମନ୍ତ୍ରାଳୟର ୱେବ୍ସାଇଟ୍ରୁ ହଠାଇ ନିଆଯାଇଛି। ଯାହାକୁ ନେଇ ଏବେ ବିରୋଧୀ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି। ମେ’ ମାସରେ ପ୍ରଥମ ଭାଗରେ ପୂର୍ବ ଲଦାଖରେ ଚାଇନା ସେନା ଜୋରଜବରଦସ୍ତି ଭାରତୀୟ ସୀମାରେ ପ୍ରବେଶ କରି ଏହାକୁ ଦଖଲ କରି ନେଇଥିଲା ବୋଲି ୱେବସାଇଟରୁ ଅପ୍ଲୋଡ ହୋଇଥିଲା।
ୱେବସାଇଟ୍ରେ କୁହାଯାଇଥିଲା ଯେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଚାଇନାର ଉତ୍ପାତ୍ତ ବଢ଼ିବାରେ ଲାଗିଛି। ବିଶେଷ କରି ୨୦୨୦ ମସିହା ମେ’ ୫ରେ ଗଲୱାନ ଘାଟିରେ ଚାଇନା ଉତ୍ତେଜନା ସୃଷ୍ଟି କରିବାର ପ୍ରୟାସ କରିଛି। ଚାଇନିଜ ସେନା କୁଙ୍ଗରାଙ୍ଗ ନାଲା, ଗୋଗ୍ରା ଓ ପାଙ୍ଗୋଙ୍ଗ ଟିଏସଓ ଲେକର ଉତ୍ତର ଉପକୂଳରେ ଭାରତୀୟ ସୀମାରେ ପ୍ରବେଶ କରି ଜବର ଦଖଲ କରିଥିଲା। ମେ’ ୧୭-୧୮ରେ ଏହି ଘଟଣା ଘଟିଥିଲା।
/https://ci3.googleusercontent.com/proxy/yVBv5oCaGrLMkIMn0oiDffjKygezn_xCKpzfAxG0J_xxvyI9503_FrdN6dFgzis1rglHAr0uMho9YL9-hTrrMv07_twgm8vy2DoUg7YYK-MVADj-N-64wv8y3g=s0-d-e1-ft#https://cdn.odishareporter.in/wp-content/uploads/2020/08/06142911/rt.jpg)
ଚାଇନିଜ୍ ଏଗ୍ରେସନ ଅନ୍ ଏଲଏସି ଶୀର୍ଷକରେ ଏହି ତଥ୍ୟ ଦିଆଯାଇଥିଲା। ଏଥିରେ ଆହୁରି କୁହାଯାଇଥିଲା ଯେ ବିବାଦର ସମାଧାନ କରିବା ପାଇଁ ଦୁଇ ଦେଶର ସୁରକ୍ଷା ବାହିନୀର କମାଣ୍ଡିଂ ଅଫିସରଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଜୁନ୍ ୬ରେ କ୍ରପ୍ସ କମାଣ୍ଡରଙ୍କ ମଧ୍ୟରେ ଫ୍ଲାଗ ମିଟିଂ ମଧ୍ୟ ହୋଇଥିଲା। ତେବେ ଜୁନ୍ ୧୫ରେ ଦୁଇ ଦେଶ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ଭାରତ ଓ ଚାଇନା ପକ୍ଷର ଯବାନ ମୃତାହତ ହୋଇଥିଲେ। ଏହାପରେ ଜୁନ୍ ୨୨ରେ ଡି-ଏକ୍ସିଲେସନ ପାଇଁ ଜୁନ୍ ୨୨ରେ ପୁଣିଥରେ ବୈଠକ ବସିଥିଲା। ତଥାପି ଚାଇନାର ସବୁ କାର୍ଯ୍ୟକଳାପ ଉପରେ ଭାରତୀୟ ଯବାନ ନଜର ରଖିଥିବା ତଥ୍ୟ ଦିଆଯାଇଥିଲା।
ତେବେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତାମାନେ ଚାଇନା କୌଣସି ପ୍ରକାରର ଅନୁପ୍ରବେଶ କରି ନଥିବା କହୁଥିଲେ ହେଁ ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ତଥ୍ୟ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା। କଂଗ୍ରେସ ସାଂସଦ ଏହାକୁ ଆଧାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଛୁଆ ବୋଲି କହିଥିଲେ। ବିବାଦ ତୀବ୍ର ହେଉଥିବା ଦେଖି ଆଜି ସକାଳୁ ପ୍ରତିରକ୍ଷା ମନ୍ତ୍ରଣାଳୟ ୱେବସାଇଟରୁ ଅନୁପ୍ରବେଶ କଥା କୁହାଯାଇଥିବା ପୃଷ୍ଠାକୁ ଡିଲିଟ କରିଦିଆଯାଇଛି।
ଆଜି ଏହାକୁ ନେଇ ସରକାରଙ୍କ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ କହିଛନ୍ତି ଚାଇନା ସାମ୍ନାରେ ଛିଡ଼ା ହେବା ଭୁଲିଯାଅ, ପ୍ରଧାନମନ୍ତ୍ରୀ ସେମାନଙ୍କର ନାଁ ନେଇପାରିବାର ବି ତାକତ ନାହିଁ ବୋଲି ଟ୍ୱିଟ୍ କରି କହିଛନ୍ତି ରାହୁଲ୍। ସେହିଭଳି କଂଗ୍ରେସ ନେତା ଅଜୟ ମାକନ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ସତ୍ୟାସତ୍ୟ ଜାଣାଇବାକୁ ଦାବି କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/lac_1625464953.jpg)