Advertisment

୨୫୮୦ କୋଟି ଟଙ୍କାରେ 'ପିନାକା' ରକେଟ୍‌ ଲଞ୍ଚର୍ କିଣିବ ଭାରତ

ନୂଆଦିଲ୍ଲୀ: ‘ମେକ୍ ଇନ୍ ଇଣ୍ଡିଆ’ ଆଧାରରେ ଭାରତର ସାମରିକ ଶକ୍ତିକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ପ୍ରତିରକ୍ଷା ମନ୍ତ୍ରାଳୟ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ସେନାକୁ ୬ଟି ପିନାକା ରେଜିମେଣ୍ଟ ରକେଟ୍ ଲଞ୍ଚର ସିଷ୍ଟମ ଯୋଗାଇଦେବା ପାଇଁ ପ୍ରାୟ ୨୫୮୦ କୋଟି ଟଙ୍କାର ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ (BEML), ଟାଟା ପାୱାର କମ୍ପାନୀ ଲିମିଟେଡ୍ (TPCL) ଏବଂ ଲାର୍ସନ୍ ଆଣ୍ଡ ଟୁବ୍ରୋ (L&T;) ସହ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଚୁକ୍ତି […]

ଅଦ୍ୟତନ ହୋଇଛି
୨୫୮୦ କୋଟି ଟଙ୍କାରେ 'ପିନାକା' ରକେଟ୍‌ ଲଞ୍ଚର୍ କିଣିବ ଭାରତ

pinaka

Advertisment

ନୂଆଦିଲ୍ଲୀ: 'ମେକ୍ ଇନ୍ ଇଣ୍ଡିଆ' ଆଧାରରେ ଭାରତର ସାମରିକ ଶକ୍ତିକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ପ୍ରତିରକ୍ଷା ମନ୍ତ୍ରାଳୟ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ସେନାକୁ ୬ଟି ପିନାକା ରେଜିମେଣ୍ଟ ରକେଟ୍ ଲଞ୍ଚର ସିଷ୍ଟମ ଯୋଗାଇଦେବା ପାଇଁ ପ୍ରାୟ ୨୫୮୦ କୋଟି ଟଙ୍କାର ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।

Advertisment

ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ (BEML), ଟାଟା ପାୱାର କମ୍ପାନୀ ଲିମିଟେଡ୍ (TPCL) ଏବଂ ଲାର୍ସନ୍ ଆଣ୍ଡ ଟୁବ୍ରୋ (L&T) ସହ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଚୁକ୍ତି କରିଛି। ଏହି ରକେଟ୍ ଲଞ୍ଚର୍ ନିର୍ମାଣରେ ଅତିକମରେ ୭୦ ସ୍ୱଦେଶୀ ଉପକରଣର ବ୍ୟବହାର ହେବ ବୋଲି ଜଣାପଡ଼ିଛି।

ଗୋଟିଏ ପିନାକା ରେଜିମେଣ୍ଟରେ ୧୮ଟି ସିଷ୍ଟମ୍ ରହିଛି। ଏହି ପିନାକା ରକେଟ୍‌ ଲଞ୍ଚର୍ ୨୦୨୪ ସୁଦ୍ଧା ଭାରତୀୟ ସେନାରେ ସାମିଲ୍‌ ହେବ ବୋଲି କୁହାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଅନୁମୋଦନ କରିଛନ୍ତି। ପିନାକା ମଲ୍ଟିପଲ୍ ଲଞ୍ଚ ରକେଟ୍ ସିଷ୍ଟମ୍ (MLRS)କୁ DRDO ଡିଜାଇନ୍ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ