Advertisment

ଡିସିପିଙ୍କ ଅଭିନବ ଉପାୟ ; ଜାତୀୟ ସଙ୍ଗୀତ ଗାଇ ଲିଭାଇଦେଲେ ସିଏଏ ନିଆଁ

ବେଙ୍ଗାଲୁରୁ: ସାରା ଦେଶରେ ହୁହୁ ହୋଇ ଜଳୁଛି ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନର ନିଆଁ। ଏହାକୁ ପ୍ରଶମିତ କରିବା ପାଇଁ କେଉଁଠି ଲାଠି ମାଡ଼ ତ କେଉଁଠି ପାଣି ମାଡ଼ ଏବଂ ଗୁଳି ଯାଏ କଥା ଯାଉଛି। କିନ୍ତୁ ବେଙ୍ଗାଲୁରୁର ଜଣେ ଡିସିପି ଚେତନ ସିଂହ ଠାକୁର ଅଭିନବ ଉପାୟରେ ଆନ୍ଦୋଳନକାରୀଙ୍କୁ ବୁଝାଇବାରେ ସମର୍ଥ ହୋଇଛନ୍ତି। ସେ ଲାଠି ନୁହେଁ ବରଂ ଜାତୀୟ ସଙ୍ଗୀତକୁ ଅସ୍ତ୍ର କରିଛନ୍ତି। #WATCH Karnataka: DCP of Bengaluru(Central),Chetan […]

ଡିସିପିଙ୍କ ଅଭିନବ ଉପାୟ ; ଜାତୀୟ ସଙ୍ଗୀତ ଗାଇ ଲିଭାଇଦେଲେ ସିଏଏ ନିଆଁ

song dcp

Advertisment

ବେଙ୍ଗାଲୁରୁ: ସାରା ଦେଶରେ ହୁହୁ ହୋଇ ଜଳୁଛି ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନର ନିଆଁ। ଏହାକୁ ପ୍ରଶମିତ କରିବା ପାଇଁ କେଉଁଠି ଲାଠି ମାଡ଼ ତ କେଉଁଠି ପାଣି ମାଡ଼ ଏବଂ ଗୁଳି ଯାଏ କଥା ଯାଉଛି। କିନ୍ତୁ ବେଙ୍ଗାଲୁରୁର ଜଣେ ଡିସିପି ଚେତନ ସିଂହ ଠାକୁର ଅଭିନବ ଉପାୟରେ ଆନ୍ଦୋଳନକାରୀଙ୍କୁ ବୁଝାଇବାରେ ସମର୍ଥ ହୋଇଛନ୍ତି। ସେ ଲାଠି ନୁହେଁ ବରଂ ଜାତୀୟ ସଙ୍ଗୀତକୁ ଅସ୍ତ୍ର କରିଛନ୍ତି।

Advertisment

ସେ ପ୍ରଥମେ ଆନ୍ଦୋଳନରେ ହିଂସା ବାବଦରେ ସଚେତନ କରିବା ସହ ସମସ୍ତଙ୍କୁ ହଟିବାକୁ କହିଥିଲେ। କିନ୍ତୁ ସେମାନେ ଜାଗା ଖାଲି ନ କରିବାରୁ ସେ ପୁଣି ବୁଝାଇବା ସହ ଜାତୀୟ ସଙ୍ଗୀତ ଗାଇବାକୁ କହିଥିଲେ। ସେ ଏହି ଗୀତ ଗାଇବା ନେଇ କହିଥିଲେ, ମୁଁ ଏବେ ଏକ ଗୀତ ଗାଇବି ମୋ ସହ ସମସ୍ତେ ସ୍ୱର ମିଶାଇବେ। ଏହାପରେ ଉପସ୍ଥିତ ଆନ୍ଦୋଳନକାରୀ ବଡ଼ ପାଟିରେ ହଁ ଭରିବା ସହ ଡିସିପିଙ୍କ ସହ ଜାତୀୟ ସଙ୍ଗୀତ ଗାଇବା ଆରମ୍ଭ କରିଥିଲେ। ଏପରିକି ସେମାନେ ସମସ୍ତେ ଏକ ସ୍ୱରରେ ଜୟ ହିନ୍ଦ ନାରା ମଧ୍ୟ ଦେଇଥିଲେ। ଜାତୀୟ ସଙ୍ଗୀତ ଗାଇବା ପରେ ସେମାନେ ସେହି ସ୍ଥାନ ଛାଡ଼ି ଚାଲିଯାଇଥିବା ଏଏନ୍‌ଆଇ ପକ୍ଷରୁ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ