Advertisment

ଶ୍ରୀଲଙ୍କାରେ କର୍ଫ୍ୟୁ, ବିଭିନ୍ନ ସ୍ଥାନରେ ହିଂସା

କଲମ୍ବୋ: ଇଷ୍ଟର ରବିବାର ଶ୍ରୀଲଙ୍କାରେ ସଂଘଟିତ ସିରିଜ୍‌ ବୋମା ବିସ୍ଫୋରଣ ଘଟଣାକୁ ନେଇ ଏବେ ଶ୍ରୀଲଙ୍କା ମୁସଲିମ ବିରୋଧୀ ଦଙ୍ଗା ଆରମ୍ଭ ହୋଇଯାଇଛି। ଏକାଧିକ ସ୍ଥାନରେ ମୁସଲିମ୍‌ ଧର୍ମାବଲମ୍ବୀଙ୍କ ଉପରେ ଆକ୍ରମଣ କରାଯାଇଥିବାର ଖବର ଆସିଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହେବାରୁ ଶ୍ରୀଲଙ୍କା ସରକାର ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରିଛନ୍ତି। ଆଜି ଉତ୍ତର ପଶ୍ଚିମ ପ୍ରଦେଶରେ ଥିବା ଏକାଧିକ ମସଜିଦ୍‌ ଓ ମୁସଲିମ୍‌ ସଂପ୍ରଦାୟର ଲୋକଙ୍କ ଦୋକାନ ଗୁଡ଼ିକ ଉପରେ […]

ଶ୍ରୀଲଙ୍କାରେ କର୍ଫ୍ୟୁ, ବିଭିନ୍ନ ସ୍ଥାନରେ ହିଂସା

kugf

Advertisment

କଲମ୍ବୋ: ଇଷ୍ଟର ରବିବାର ଶ୍ରୀଲଙ୍କାରେ ସଂଘଟିତ ସିରିଜ୍‌ ବୋମା ବିସ୍ଫୋରଣ ଘଟଣାକୁ ନେଇ ଏବେ ଶ୍ରୀଲଙ୍କା ମୁସଲିମ ବିରୋଧୀ ଦଙ୍ଗା ଆରମ୍ଭ ହୋଇଯାଇଛି। ଏକାଧିକ ସ୍ଥାନରେ ମୁସଲିମ୍‌ ଧର୍ମାବଲମ୍ବୀଙ୍କ ଉପରେ ଆକ୍ରମଣ କରାଯାଇଥିବାର ଖବର ଆସିଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହେବାରୁ ଶ୍ରୀଲଙ୍କା ସରକାର ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରିଛନ୍ତି। ଆଜି ଉତ୍ତର ପଶ୍ଚିମ ପ୍ରଦେଶରେ ଥିବା ଏକାଧିକ ମସଜିଦ୍‌ ଓ ମୁସଲିମ୍‌ ସଂପ୍ରଦାୟର ଲୋକଙ୍କ ଦୋକାନ ଗୁଡ଼ିକ ଉପରେ ଆକ୍ରମଣ ହୋଇଛି।

Advertisment

କୋଟ୍ଟାମପିଟିୟା ଅଞ୍ଚଳର ଜଣେ ବ୍ୟକ୍ତି କହିଛନ୍ତି, ଦଙ୍ଗା ସୃଷ୍ଟି କରୁଥିବା ଶହଶହ ଲୋକ ଆମ ମସଜିଦ୍‌ ଓ ଦୋକାନ ଭଙ୍ଗାରୁଜା କରିବା ସହ ଆମକୁ ଆକ୍ରମଣ କରୁଛନ୍ତି। ପୁଲିସ୍‌ ଓ ଆର୍ମି ମୁତୟନ ହୋଇଥିଲେ ହେଁ ସେମାନେ କେବଳ ନିରବଦ୍ରଷ୍ଟା ସାଜିଛନ୍ତି। ଆମେ ଏହା ବିରୋଧରେ ରାସ୍ତାକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ଆମକୁ ଘର ଭିତରେ ରହିବାକୁ ଧମକ ଦେଉଛି ବୋଲି ବ୍ୟକ୍ତି ଜଣଙ୍କ କହିଛନ୍ତି। ପରିସ୍ଥିତି ବିଗୁଡ଼ୁଥିବାରୁ ଆଜି ରାତି ୯ଟାରୁ ଆସନ୍ତାକାଲି ଭୋର ୪ଟା ପର୍ଯ୍ୟନ୍ତ ସମଗ୍ର ଶ୍ରୀଲଙ୍କାରେ କର୍ଫ୍ୟୁ ଲାଗୁ କରାଯାଇଥିବା ପୁଲିସ୍‌ ମୁଖପାତ୍ର ରୁୱାନା ଗୁଣଶେଖର ସୂଚନା ଦେଇଛନ୍ତି। ଏହାପୂର୍ବରୁ ଶ୍ରୀଲଙ୍କାରେ ସୋଶାଲ୍‌ ମିଡିଆକୁ ଅସ୍ଥାୟୀ ରୂପେ ବ୍ୟାନ୍‌ କରାଯାଇଥିଲା।

ଏପ୍ରିଲ ୧୧ରେ ଶ୍ରୀଲଙ୍କାର ଏକାଧିକ ଚର୍ଚ୍ଚରେ ସିରିଜ୍‌ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ପ୍ରାୟ ୨୫୦ ଜଣ ପ୍ରାଣ ହରାଇଥିଲେ। ଆଇଏସ୍‌ ଆତଙ୍କୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିଥିଲା।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ