Advertisment

ମାଓବାଦୀଙ୍କ କବଳରୁ ଯବାନ ରାକେଶ୍ୱର ମୁକୁଳିବା ପରେ ପତ୍ନୀ କହିଲେ- ମୋ ଜୀବନର ସବୁଠୁ ଖୁସିର ଦିନ

ବିଜାପୁର: ମାଓବାଦୀଙ୍କ କବଳରୁ ମୁକ୍ତ ହେବା ପରେ ସିଆର୍‌ପିଏଫ୍‌ କୋବ୍ରା ୟୁନିଟ୍‌ର ଯବାନ ରାକେଶ୍ୱର ସିଂହ ମାନହାସ୍‌ଙ୍କୁ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି। ୫ ଦିନ ଲାଲ୍‌ବାହିନୀଙ୍କ କବଳରେ ରହିବା ପରେ ଗତକାଲି ସେ ମୁକୁଳିଥିଲେ। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ମଧ୍ୟସ୍ଥି ଏବଂ ସାମ୍ବାଦିକଙ୍କ ହାତରେ ରାକେଶ୍ୱର ସିଂଙ୍କୁ ଛାଡ଼ିଥିଲେ ମାଓବାଦୀ। ଏହା ପୂର୍ବରୁ ଟେକେଲଗୁଡ଼ା ଜଙ୍ଗଲରେ ଆଖାପାଖି ୨୦-୨୫ଟି ଗାଁର ପ୍ରାୟ ଅଢ଼େଇ ହଜାର ଲୋକଙ୍କୁ ନେଇ ଏକ ପ୍ରଜାକୋର୍ଟ ବସାଇଥିଲେ ମାଓବାଦୀ।  ସେହି ସ୍ଥାନକୁ ରାକେଶ୍ୱରଙ୍କୁ […]

ମାଓବାଦୀଙ୍କ କବଳରୁ ଯବାନ ରାକେଶ୍ୱର ମୁକୁଳିବା ପରେ ପତ୍ନୀ କହିଲେ- ମୋ ଜୀବନର ସବୁଠୁ ଖୁସିର ଦିନ

CoBRA Jawan Rakeshwar Singh

Advertisment

ବିଜାପୁର: ମାଓବାଦୀଙ୍କ କବଳରୁ ମୁକ୍ତ ହେବା ପରେ ସିଆର୍‌ପିଏଫ୍‌ କୋବ୍ରା ୟୁନିଟ୍‌ର ଯବାନ ରାକେଶ୍ୱର ସିଂହ ମାନହାସ୍‌ଙ୍କୁ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି। ୫ ଦିନ ଲାଲ୍‌ବାହିନୀଙ୍କ କବଳରେ ରହିବା ପରେ ଗତକାଲି ସେ ମୁକୁଳିଥିଲେ। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ମଧ୍ୟସ୍ଥି ଏବଂ ସାମ୍ବାଦିକଙ୍କ ହାତରେ ରାକେଶ୍ୱର ସିଂଙ୍କୁ ଛାଡ଼ିଥିଲେ ମାଓବାଦୀ। ଏହା ପୂର୍ବରୁ ଟେକେଲଗୁଡ଼ା ଜଙ୍ଗଲରେ ଆଖାପାଖି ୨୦-୨୫ଟି ଗାଁର ପ୍ରାୟ ଅଢ଼େଇ ହଜାର ଲୋକଙ୍କୁ ନେଇ ଏକ ପ୍ରଜାକୋର୍ଟ ବସାଇଥିଲେ ମାଓବାଦୀ।  ସେହି ସ୍ଥାନକୁ ରାକେଶ୍ୱରଙ୍କୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଆଣିଥିଲେ ମାଓବାଦୀ।

Advertisment

ମାଓବାଦୀଙ୍କ କବଳରୁ ମୁକୁଳିବା ପରେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାକେଶ୍ୱର। ସେପଟେ ରାକେଶ୍ୱର ସିଂଙ୍କୁ ମାଓବାଦୀମାନେ ମୁକ୍ତ କରିବା ପରେ ରାକେଶ୍ୱରଙ୍କ ପତ୍ନୀ କହିଥିଲେ, ‘ଆଜି ମୋ ଜୀବନର ସବୁଠୁ ଖୁସିର ଦିନଏଥିପାଇଁ ମୁଁ ଭଗବାନ, କେନ୍ଦ୍ର, ଛତିଶଗଡ଼ ସରକାର, ଗଣାମାଧ୍ୟମ ଓ ସେନାବାହିନୀଙ୍କୁ ଧନ୍ୟବାଦ ଜଣାଉଛି।’

ପୂର୍ବ ପ୍ରସ୍ତୁତି ମୁତାବକ, ରାକେଶ୍ୱରଙ୍କୁ ଆଣିବା ପାଇଁ ଟେକେଲଗୁଡ଼ା ଜଙ୍ଗଲକୁ ୧୧ ଜଣିଆ ଟିମ୍ ଯାଇଥିଲେ। ଟିମ୍‌ରେ ଛତିଶଗଡ଼ ବିଜାପୁର ଗୁନମାନ ସଂଘର ସଭାପତି ପଦ୍ମଶ୍ରୀ ଧର୍ମପାଲ୍ ସଇନି, ଚେଲ୍ଲାମ୍ ବୋରୈୟାଙ୍କ ସମେତ ୪ ଜଣ ସମାଜସେବୀ ଥିଲେ। ସେହିପରି ୭ ଜଣ ସ୍ଥାନୀୟ ସାମ୍ବାଦିକ ବି ଏହି ଟିମ୍‌ରେ ଥିଲେ। ସେଠାରେ ମାଓ ଦମନ ଅଭିଯାନ ବନ୍ଦ କରିବା ସହ ଏକାଧିକ ସର୍ତ୍ତ ରଖି ରାକେଶ୍ୱର ସିଂଙ୍କୁ ମାଓବାଦୀ ଏହି ଟିମ୍ ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲେ। ଏହାପରେ ଟେକେଲଗୁଡ଼ା ଜଙ୍ଗଲରୁ ପ୍ରାୟ ୧୦ କିଲୋମିଟର ଦୂର ବିଜାପୁର ଅନ୍ତର୍ଗତ ତରେମ୍ ଥାନାକୁ ରାକେଶ୍ୱରଙ୍କୁ ନିଆଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ସହ ଏକ ‌ଆମ୍ବୁଲାନ୍ସରେ ରାକେଶ୍ୱରଙ୍କୁ ବାସାଗୁଡ଼ା କ୍ୟାମ୍ପକୁ ନିଆଯାଇଥିଲା।

Advertisment

୩ ତାରିଖରେ ବିଜାପୁରରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ଘଟଣା ପରେ ରାକେଶ୍ୱର ସିଂ ମାନହାସ୍‌ଙ୍କୁ  ମାଓବାଦୀମାନେ ଅପହରଣ କରି ନେଇଥିଲେ। ଛତିଶଗଡ଼ ବିଜାପୁରଠାରୁ ୭୦ କିଲୋମିଟର ଦୂର ଜଙ୍ଗଲି ଗାଁ ଟେକଲଗୁଡା ନିକଟରେ ୩ ତାରିଖ ଦିନ ଯବାନଙ୍କୁ ମାଓବାଦୀମାନେ ଘେରି ଯାଇଥିଲେ।  ୫ ଘଣ୍ଟା ଧରି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିଲେ। ଏହାର ୨ ଦିନ ପରେ ଏକ ପ୍ରେସ୍‌ ରିଲିଜ ଜାରି ରାକେଶ୍ୱରଙ୍କ ମୁକ୍ତି ପାଇଁ ମାଓବାଦୀ ମଧ୍ୟସ୍ଥି ଦେବାକୁ ମାଓବାଦୀମାନେ ସରକାରଙ୍କୁ କହିଥିଲେ। ଏହାସହ ବନ୍ଧକ ଥିବା ଅବସ୍ଥାରେ ରାକେଶ୍ୱରଙ୍କ ଏକ ଫଟୋ ବି ଜାରି କରିଥିଲେ। ତାଳ ବରଡ଼ା ଘେରା କୁଡ଼ିଆରେ ରାକେଶ୍ୱର ବସିଥିବା ଫଟୋରେ ଦେଖିବାକୁ ମିଳିଥିଲା।

Bijapur Naxal Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ