modi
ନୂଆଦିଲ୍ଲୀ: କରୋନା ପାଇଁ ୭୨ ଘଣ୍ଟାର ମହୌଷଧି। କୌଣସି ବ୍ୟକ୍ତି ସଂକ୍ରମିତ ହେବାର ପ୍ରଥମ ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଓ କୋଭିଡ ନିୟମ ମାନିଲେ କରୋନାକୁ ସହଜରେ ହରାଇ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
କରୋନାରେ ସବୁଠୁ ଅଧିକ ଆକ୍ରାନ୍ତ ୧୦ ରାଜ୍ୟ ଆନ୍ଧ୍ର, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଂଜାବ, ବିହାର, ଗୁଜରାଟ, ତେଲେଙ୍ଗାନା ଓ ୟୁପି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ସ୍ଥିତି ସମୀକ୍ଷା କରିଥିଲେ। ଏହି ରାଜ୍ୟମାନେ କରୋନାକୁ ମାତ୍ ଦେଲେ ହିଁ ମହାମାରୀ ଉପରେ ବିଜୟ ନିଶ୍ଚିତ ବୋଲି ମୋଦି କହିଛନ୍ତି।
ତାସହ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଗୁଜରାଟ, ୟୁପି, ବିହାର, ଆନ୍ଧ୍ର ଓ ପଶ୍ଚିମବଙ୍ଗକୁ ଅଧିକ ଟେଷ୍ଟ କରିବାକୁ ପଡ଼ିବ। ଏସବୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଓ ଟେଷ୍ଟିଂ ହାର କମ୍ ଅଛି। ମୃତ୍ୟୁ ହାର ୧ ପ୍ରତିଶତରୁ କମ୍ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ମୋଦି କହିବା ସହ ଦେଶରେ ଏବେ ପ୍ରତିଦିନ ୭ ଲକ୍ଷ ଟେଷ୍ଟିଂ ହେଉଛି।
ସେପଟେ ଆଜି ଦେଶରେ ଏବେ ମାତ୍ର ୨୮ ପ୍ରତିଶତ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ୬୯ ପ୍ରତିଶତରୁ ଅଧିକ ଲୋକେ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୫ ହଜାରକୁ ପାର କରିଥିବାବେଳେ ୨୪ ଘଣ୍ଟାରେ ୫୩ ହଜାର ୬୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୮୭୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/modi-5_1625443848.jpg)