corona 1
- ଦେଶରେ ଆଜି ୪୮ ହଜାର ୬୯୮ ପଜିଟିଭ
- ମୋଟ୍ ଆକ୍ରାନ୍ତ ସଂଖ୍ୟା ୩ କୋଟି ୧ ଲକ୍ଷ ୮୩ ହଜାର ୧୪୩କୁ ବୃଦ୍ଧି
- ଦେଶରେ ଆଜି ୧୧୮୩ କରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଲା କରୋନା
- ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୪ ହଜାର ୪୯୩କୁ ବୃଦ୍ଧି
- ଆକ୍ଟିଭ କେସ- ୫,୯୫,୫୬୫; ସୁସ୍ଥ- ୨,୯୧,୯୩,୦୮୫
ନୂଆଦିଲ୍ଲୀ : ଧୀରେ ଧୀରେ କମୁଛି ସଂକ୍ରମଣ । ମୃତ୍ୟୁ ସଂଖ୍ୟା ବି ହ୍ରାସ ପାଉଛି । କରୋନାର ଦ୍ୱିତୀୟ ଲହରୀ ସାମାନ୍ୟ ଥମିଥିବା ବେଳେ ବର୍ତ୍ତମାନ କିଛି କିଛି ସ୍ଥାନରେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ବିଗତ ତିନି ଦିନରେ ଲଗାତାର ସଂକ୍ରମିତ ସଂଖ୍ୟା ୫୦ ହଜାର ଉପରେ ରହୁଥିଲା, ହେଲେ ଆଜି ରୋଗୀ ସଂଖ୍ୟାରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୮ ହଜାର ୬୯୮ ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୮୩ ରୋଗୀ ପ୍ରାଣ ହରାଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୩ କୋଟି ୧ ଲକ୍ଷ ୮୩ ହଜାର ୧୪୩କୁ ବୃଦ୍ଧି ପାଇଛି ।
ଦେଶରେ ବର୍ତ୍ତମାନ ୫ ଲକ୍ଷ ୯୫ ହଜାର ୫୬୫ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୬୪,୮୧୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ଦେଶରେ ୨ କୋଟି ୯୧ ଲକ୍ଷ ୯୩ ​​ହଜାର ୮୫ ଜଣ ଲୋକ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ୍ ୩ ଲକ୍ଷ ୯୪ ହଜାର ୪୯୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏବେ ସୁଦ୍ଧା ଦେଶରେ ୩୧,୫୦,୪୫,୯୨୬ ଲୋକଙ୍କୁ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୧,୧୯,୧୬୯ଙ୍କ ଟିକାକରଣ କରାଯାଇଛି ।
ସେପଟେ ଗତକାଲି ମହାରାଷ୍ଟ୍ରରେ ୯୬୭୭ ନୂତନ ମାମଲା ଆସିବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦,୧୭,୦୩୫କୁ ବୃଦ୍ଧି ପାଇଛି । ସେହିପରି ୧୫୬ ରୋଗୀଙ୍କ ମୃତ୍ୟୁ ସହ ମୋଟ୍ ମୃତ୍ୟୁ ସଂଖ୍ୟା ୧,୨୦,୩୭୦ ରେ ପହଞ୍ଚିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona-1-1_1624684979.jpg)