corona
- ଆଜି ମଧ୍ୟ ୫୦ ହଜାର ତଳେ ଦୈନିକ ସଂକ୍ରମଣ
- ଗତ ୨୪ ଘଣ୍ଟାରେ ୪୫ ହଜାର ୯୫୧ କରୋନା ପଜିଟିଭ ଚିହ୍ନଟ
- ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୬୨ ହଜାର ୮୪୮କୁ ବୃଦ୍ଧି
ନୂଆଦିଲ୍ଲୀ : ଦେଶରେ ତଳମୁହାଁ କରୋନା ସଂକ୍ରମଣ । ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିଥିବା କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟର ପ୍ରଭାବ ବର୍ତ୍ତମାନ ଭାରତରେ ମଧ୍ୟ ଦେଖାଯାଉଛି । ଅନେକ ରାଜ୍ୟରେ କରୋନାର ନୂତନ ଭାରିଆଣ୍ଟ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫ ହଜାର ୯୫୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଗୋଟିଏ ଦିନରେ ୮୧୭ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି । ନୂଆ ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୬୨ ହଜାର ୮୪୮କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୮ ହଜାର ୪୫୪ରେ ପହଞ୍ଚିଛି । ସେଥିରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୩୭ ହଜାର ୬୪ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଲେଣି ୨ କୋଟି ୯୪ ଲକ୍ଷ ୨୭ ହଜାର ୩୩୦ ଜଣ ।
ବୁଧବାର (୩୦ ଜୁନ୍ ୨୦୨୧) ସକାଳ ୮ ଟା ସୁଦ୍ଧା ରିପୋର୍ଟ
- ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ନୂତନ ମାମଲା – ୪୫,୯୫୧
- ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା – ୬୦,୭୨୯
- ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା -୮୧୭
- ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା – ୩,୦୩,୬୨,୮୪୮
- ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା – ୨,୯୪,୨୭,୩୩୦
- ଦେଶରେ କରୋନାରେ ପ୍ରାଣ ହରାଇଥିବା ମୋଟ ଲୋକଙ୍କ ସଂଖ୍ୟା – ୩,୯୮,୪୫୪
- ବର୍ତ୍ତମାନ ଭାରତରେ କରୋନାର ମୋଟ ସକ୍ରିୟ ମାମଲା – ୫,୩୭,୦୬୪
- ଦେଶରେ ସମୁଦାୟ ଟିକାକରଣ- ୩୩,୨୮,୫୪,୫୨୭
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ କରୋନା ରୋଗୀଙ୍କ ସୁସ୍ଥ ହାର ବର୍ତ୍ତମାନ ୯୬.୯୨ ପ୍ରତିଶତ ରହିଛି । ଅର୍ଥାତ ପ୍ରାୟ ୯୭ ପ୍ରତିଶତ ପାଖାପାଖି ପହଞ୍ଚିଯାଇଛି ସୁସ୍ଥ ହାର ।
ଏହି ୪ଟି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
- କେରଳ – ୧୩,୫୫୦ ସଂକ୍ରମିତ
- ମହାରାଷ୍ଟ୍ର – ୮,୦୮୫ ସଂକ୍ରମିତ
- ତାମିଲନାଡୁ – ୪,୫୧୨ସଂକ୍ରମିତ
- ଆନ୍ଧ୍ରପ୍ରଦେଶ – ୩,୬୨୦ ସଂକ୍ରମିତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona-13_1625046541.jpg)