covaxin
ନୂଆଦିଲ୍ଲୀ: କରୋନା ମହାମାରୀର ୟୁକେ ଷ୍ଟ୍ରେନ୍ ଏବଂ ଭାରତରେ ଦେଖାଦେଇଥିବା ଭ୍ୟାରିଆଣ୍ଟ ବିରୋଧରେ ପ୍ରଭାବୀ ହେଉଛି କୋଭାକ୍ସିନ । ଏହି କରୋନା କବଚର ନିର୍ମାଣକାରୀ ସଂସ୍ଥା ଭାରତ ବାୟୋଟେକ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦେଶରେ ଦେଖାଦେଇଥିବା B.1.617 ଷ୍ଟ୍ରେନ ଏବଂ ୟୁକେର B.1.1.7 ବିରୋଧରେ କୋଭାକ୍ସିନ ପ୍ରଭାବୀ ସାବ୍ୟସ୍ତ ହେଉଥିବା ଦେଖିବାକୁ ମିଳିଛି ।
ଭାରତ ବାୟୋଟେକର ସହ-ପ୍ରତିଷ୍ଠାତା ସୁଚିତ୍ରା ଏଲ୍ଲା ଟୁଇଟ କରି ଏହା କହିଛନ୍ତି । ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମେଡିକାଲ ଜର୍ଣ୍ଣାଲ କ୍ଲିନିକାଲ ଇନଫେକ୍ସିୟସ ଡିଜିଜ୍ ଏହି ଗବେଷଣା ଭିତ୍ତିକ ତଥ୍ୟକୁ ସ୍ୱୀକୃତି ଦେଇଥିବା ସେ ଟୁଇଟରେ ଉଲ୍ଲେଖ କରିଛନ୍ତି । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି ଏବଂ ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ମିଳିତ ସହଯୋଗରେ ଭରତ ବାୟୋଟେକ୍ ଏହି ଦୁଇଟି ଭେରିଆଣ୍ଟ ବିରୋଧରେ କୋଭାକ୍ସିନ କେତେ ପ୍ରଭାବୀ ସେ ନେଇ ଗବେଷଣା କରିଥିଲା । ଏହି ଗବେଷଣାକୁ କ୍ଲିନିକାଲ ଇନଫେକ୍ସିୟସ ଡିଜିଜ୍ ଜର୍ଣ୍ଣାଲ ମୋହର ମାରିଥିବା ସେ ଟୁଇଟ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/covaxin_1621185978.jpg)