hanging
ନୂଆଦିଲ୍ଲୀ : ଶେଷରେ ଯାହା ଆଶା କରାଯାଉଥିଲା ତାହା ହିଁ ହେଲା । ଆସନ୍ତାକାଲି ଦିଆଯିବନି ନିର୍ଭୟା ଦୋଷୀଙ୍କୁ ଫାଶୀ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ଟାଳିଦେଇଛନ୍ତି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ।
ଆସନ୍ତାକାଲି ଫାଶୀ ଦେବାକୁ ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ତାହାକୁ ଘୁଞ୍ଚାଇ ଦେଇଛନ୍ତି ପଟିଆଲା ହାଉସ୍ କୋର୍ଟ । ତେବେ କେବେ ଫାଶୀ ଦିଆଯିବ ସେ ନେଇ ଦିନ ଧାଯ୍ୟ ହୋଇନାହିଁ । ଦୋଷୀଙ୍କ ଆଇନଗତ ଦିଗ ବାକି ଥିବାରୁ କୋର୍ଟ ଦିନଧାର୍ଯ୍ୟ କରିନାହାନ୍ତି ବୋଲି ସୂଚନା ମିଳିଛି ।
ଜଣଙ୍କ ପରେ ଜଣେ, ଗୋଟିଏ ପରେ ଗୋଟିଏ ଆବେଦନ କରି ଫାଶୀ ତାରିଖ ଘୁଞ୍ଚାଇବାରେ ସଫଳ ହୋଇଛନ୍ତି। ଆସନ୍ତାକାଲି ଫାଶି ଦେବାକୁ ଡେଥ୍ ଓ୍ୱାରେଣ୍ଟ ଜାରି ହୋଇଥିଲା। ୪ ଜଣଙ୍କ ମୃତ୍ୟୁ ଦଣ୍ଡାଦେଶ ଏକା ସାଙ୍ଗରେ କାର୍ଯ୍ୟକାରୀ ହେବାକୁ ଥିବାରୁ ଦୋଷୀ ଏହାର ଫାଇଦା ଉଠାଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/hanging-2_1626691172.jpg)