boy
ବୁରହାନପୁର: କରୋନାକୁ ନେଇ ସବୁଠି ଲକ୍ଡାଉନ୍ ଜାରି କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଘରକୁ ଫେରୁଛନ୍ତି। ଏହି ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ରେ ଫେରୁଥିବା ଜଣେ ୩୨ ବର୍ଷର ଗର୍ଭବତୀ ପ୍ରସବ ଯନ୍ତ୍ରଣା ହେତୁ ଶୁକ୍ରବାର ରାତିରେ ଉତ୍ତରପ୍ରେଦଶର ବୁରହାନପୁର ଠାରେ ଅଟକିଥିଲେ। ପରେ ସ୍ଥାନୀୟ ସରକାରୀ ଜିଲ୍ଲା ଡାକ୍ତରଖାନାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ପରିବାର ଲୋକ ଶିଶୁଟିର ନାଁ ଲକ୍ଡାଉନ୍ ଯାଦବ ରଖିଥିଲେ। ନବଜାତ ଶିଶୁଟିର ପିତା ଉଦୟଭାନ୍ କହିଛନ୍ତି ଯେ ଲକ୍ଡାଉନ ସମୟରେ ଶିଶୁଟି ଜନ୍ମ ହୋଇଥିବାରୁ ତା’ର ନାଁ ଏପରି ରଖିଛୁ।
ଉଦୟଭାନ କହିବା ଅନୁଯାୟୀ, ଟ୍ରେନ୍ରେ ଆସୁଥିବା ସମୟରେ ମୋର ପତ୍ନୀଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏନେଇ ମୁଁ ରେଳବାଇ ହେଲ୍ପଲାଇନ ସହ ଯୋଗାଯୋଗ କରିଥିଲି। ପରେ ଅଧିକାରୀମାନେ ବୁରହାନପୁର ଠାରେ ସାହାଯ୍ୟ କରି ଡାକ୍ତରଖାନାକୁ ନେଇଥିଲେ।
ଜିଲ୍ଲାପାଳଙ୍କ କହିବା ଅନୁଯାୟୀ, ଦୁଇଜଣ ପ୍ରବାସୀ ଶ୍ରମିକ ଏକ ସ୍ୱତନ୍ତ୍ର ଟ୍ରେନ୍ରେ ମୁମ୍ୱାଇରୁ ଉତ୍ତରପ୍ରଦେଶର ଆମ୍ୱେଦକର ନଗର ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ ଶୁକ୍ରବାର ସନ୍ଧ୍ୟାରେ ଟ୍ରେନ୍ରେ ଗର୍ଭବତୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ମହିଳାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ।
କଲେକ୍ଟର ଆହୁରି ମଧ୍ୟ କହିଛନ୍ତି ଯେ ଉଭୟ ମା’ ଓ ଛୁଆ ଭଲ ଅଛନ୍ତି। ତାଙ୍କ ପରିବାରକୁ ନଗଦ ପାଞ୍ଚ ହଜାର ଟଙ୍କା ସହାୟତାର ରାଶି ଦିଆଯାଇଥିଲା। ତା’ସହିତ ଖାଦ୍ୟ ,ଫଳ, ମେଡିସିନ୍ ଓ ଅତ୍ୟାବଶ୍ୟକ ପୋଷାକ ମଧ୍ୟ ଯୋଗାଇ ଦିଆଯାଇଛି। ପ୍ରଶାସନ ଦ୍ୱାରା ସେମାନଙ୍କୁ ଘରେ ପହଞ୍ଚାଇବା ପାଇଁ ଗାଡିର ବ୍ୟବସ୍ଥା ମଧ୍ୟ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/boy-3_1626694638.jpg)