marraie
ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଛି। ଏନେଇ କୌଣସି ଶୁଭ କାର୍ଯ୍ୟ କରାଯାଉନଥିବା ଜଣାପଡିଛି। ଯେପରି ବାହାଘର ଭଳି କାର୍ଯ୍ୟ ମଧ୍ୟ ବନ୍ଦ ରହିଛି। କାରଣ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରଶାସନ ସମସ୍ତଙ୍କ ନିକଟରେ ଅପିଲ୍ କରିଛନ୍ତି। ଏହି ସମୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ଟିହରିର କୋଠୀ କଲୋନୀରେ। ଲକ୍ଡାଉନ୍ ଯୋଗୁ ଯେତେବେଳେ ବର-କନ୍ୟାକୁ ଦୁହିଁଙ୍କୁ କେହି କାହାରି ରାଜ୍ୟକୁ ଯିବା ପାଇଁ ଅନୁମତି ମିଳିନଥିଲା, ସେତେବେଳେ ଦୁହେଁ ନିଜ ରାଜ୍ୟର ସୀମାରେ ରହି ପରସ୍ପରକୁ ନିକାହ୍ କରି ସ୍ୱୀକାର କରିଥିବା ଜଣାପଡିଛି।
ଖବର ଅନୁଯାୟୀ, ଉତ୍ତରାଖଣ୍ଡର ଟିହରିର କୋଠୀ କଲୋନୀର ମହମ୍ମଦ ଫୌସଲର ନିକାହ୍ ଉତ୍ତରପ୍ରେଦଶର ବିଜନୌରର ନାଗିନା ଅଞ୍ଚଳର ଆୟଶା ସହିତ ହେବା ପାଇଁ ବୁଧବାର ଦିନ ସ୍ଥିର କରାଯାଇଥିଲା।
ଆୟଶାଙ୍କ ପରିବାର କହିଛନ୍ତି ଯେ ବାରତ୍ ବୁଧବାର ଦିନ ଆସିବାର ଥିଲା, କିନ୍ତୁ ଲକ୍ଡାଉନ୍ ଯୋଗୁ ବର ପକ୍ଷଙ୍କୁ ଉତ୍ତରପ୍ରଦେଶକୁ ଆସିବା ପାଇଁ ଅନୁମତି ମିଳିନଥିଲା। ପରେ ଉଭୟ ପକ୍ଷ ନିର୍ଦ୍ଧାରିତ ତାରିଖରେ ନିକାହ୍ କରିବାକୁ ଚାହୁଁଥିଲେ, ତେଣୁ ପ୍ରଶାସନର ଅନୁମତି ନେଇ ଉଭୟ ରାଜ୍ୟର ସୀମାରେ ରହି ନିକାହ୍ ପଢ଼ା ଯାଇଥିଲା। ଏହି ସମୟରେ ଉଭୟ ରାଜ୍ୟର ପୋଲିସ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ ସଖ୍ୟା ୧,୧୨,୩୫୯ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ, ୫,୬୦୯ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ ୧୩୨ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ କରୋନାରେ ୩,୪୩୫ ଜଣଙ୍କର ମୃତ୍ୟୁ ଘଟିଛି। ୪୫,୩୦୦ ଜଣ ରୋଗୀ ସୁସ୍ଥହୋଇ ଘରକୁ ଫେରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/marraie_1626694522.jpg)