Advertisment

କମୁନି ମୃତ୍ୟୁହାର: ଆଜି ବି କରୋନାରେ ଆଖି ବୁଜିଲେ ୪,୧୨୭ ରୋଗୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ହାର ସାମାନ୍ୟ କମିଥିବାବେଳେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୩ ଲକ୍ଷ ୬୨ ହଜାର ୩୮୯ ଟି ନୂଆ ମାମଲା ରୁଜୁ ହୋଇଛି।  ଦେଶରେ କୋଭିଡ  ମୃତ୍ୟୁ…

ଅଦ୍ୟତନ ହୋଇଛି
କମୁନି ମୃତ୍ୟୁହାର: ଆଜି ବି କରୋନାରେ ଆଖି ବୁଜିଲେ ୪,୧୨୭ ରୋଗୀ

covid

Advertisment

ନୂଆଦିଲ୍ଲୀ: କରୋନା ସଂକ୍ରମଣର ହାର ସାମାନ୍ୟ କମିଥିବାବେଳେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୩ ଲକ୍ଷ ୬୨ ହଜାର ୩୮୯ ଟି ନୂଆ ମାମଲା ରୁଜୁ ହୋଇଛି।  ଦେଶରେ କୋଭିଡ  ମୃତ୍ୟୁ ମାମଲା ଚାରି ଲକ୍ଷରୁ ଅଧିକ ରହିଛି। ବୁଧବାର ଦିନ ମଧ୍ୟ ଦେଶରେ ୪,୧୨୭ ରୋଗୀ କୋଭିଡ -୧୯ କାରଣରୁ ପ୍ରାଣ ହରାଇଛନ୍ତି। ତେବେ ଆଶ୍ୱସ୍ତିର ଖବର ହେଲା, ୩ ଲକ୍ଷ ୫୧ ହଜାର ୭୪୦ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ଏଥି ସହିତ ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି।

Advertisment

ଶନିବାର ଏବଂ ରବିବାରରେ ମହାରାଷ୍ଟ୍ରରେ ୫୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହା ପରେ ସୋମବାର ଏହି ସଂଖ୍ୟା ୩୭ ହଜାରକୁ ହ୍ରାସ ପାଇଥିଲା । ବୁଧବାର ଦିନ ପୁଣି ଥରେ ରାଜ୍ୟରେ ୪୬ ହଜାର ୭୬୧ ମାମଲା ରୁଜୁ ହୋଇଛି। ଏହାକୁ ମିଶାଇଲେ ରାଜ୍ୟରେ ମୋଟ ରୋଗୀଙ୍କ ସଂଖ୍ୟା ୫୨ ଲକ୍ଷ ୨୬ ହଜାର ୭୧୦ ରେ ପହଞ୍ଚିଛି। ଏଥି ସହିତ, ୮୧୬ ନୂତନ ମୃତ୍ୟୁକୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା ୭୮ ହଜାର ଅତିକ୍ରମ କରିଛି।

ଅନ୍ୟପକ୍ଷେ ବୁଧବାର ଦିନ ଦିଲ୍ଲୀରେ ୧୩ ହଜାର ୨୮୭ ନୂତନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହି ସମୟ ମଧ୍ୟରେ ୩୦୦ ରୋଗୀଙ୍କର ମୃତ୍ୟୁ ହୋଇଛି । ପରିସଂଖ୍ୟାନରୁ ଜଣାପଡିଛି, ମେ ମାସ ଆରମ୍ଭ ତୁଳନାରେ ଦିଲ୍ଲୀର ସ୍ଥିତିରେ ସୁଧାର ଆସିଛି। ମାସ ଆରମ୍ଭରେ ୨୫ ହଜାରରୁ ଅଧିକ ମାମଲା ପଞ୍ଜିକୃତ ହେଉଥିବାବେଳେ ୧୨ ଦିନ ମଧ୍ୟରେ ଏହି ସଂଖ୍ୟା ୧୩ ହଜାରକୁ ଖସି ଆସିଛି। ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ସମୁଦାୟ ୧୩ ଲକ୍ଷ ୬୧ ହଜାର ୯୮୬ ରୋଗୀଙ୍କୁ ଚିହ୍ନଟ କରାଯାଇଛି।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ କେବଳ ଚାରିଟି ରାଜ୍ୟ ଯଥା ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁରେ ୩୦  ହଜାରରୁ ଅଧିକ ନୂତନ କୋଭିଡ -୧୯ ରୋଗୀଙ୍କୁ ଦେଖିବାକୁ ମିଳିଛି। ଦୁଇ ରାଜ୍ୟ  ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ୨୦ ହଜାରରୁ  ଅଧିକ ନୂତନ ରୋଗୀ ଦେଖିବାକୁ ମିଳିଥିଲା। ଦେଶରେ ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ପ୍ରାୟ ୨ କୋଟି ହୋଇଥିବାବେଳେ ଏପର୍ଯ୍ୟନ୍ତ ୧ କୋଟି ୯୭ ଲକ୍ଷ ୨୮ ହଜାର ୫୩୨ ରୋଗୀ ସୁସ୍ଥ ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ